No Result
View All Result
୧୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଅବକାରୀ ସଦର ରେଞ୍ଜ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରିଛି । ଖୋର୍ଦ୍ଧାଜିଲ୍ଲା ସଦର ଅବକାରୀ ରେଞ୍ଜ ନିରୀକ୍ଷକ ସନ୍ତୋଷ କୁମାର ସାହୁ ଓ
ବେଗୁନିଆ ଅବକାରୀ ଥାନା ଉପନିରୀକ୍ଷକ ଏନ ଜାଗିନ ରାଓଙ୍କ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ସଦର ରେଞ୍ଜର ବରପଦା ଜଙ୍ଗଲରୁ ୫୨୦୦ ଲିଟର ପୋଚ ଓ ୨୮୦ ଲିଟର ଦେଶୀ ମଦ ସହ ଆବଶ୍ୟକୀୟ ଉପକରଣ ଜବତ କରି ନଷ୍ଟ କରିଛି। ଏଥିରେ ଦେଶୀ ମଦ ବେପାରୀ ଜଣକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବେଗୁନିଆ ଅବକାରୀ ଥାନାରେ କେସ ରୁଜୁ କରି ଘଟଣାର ତଦନ୍ତ କରୁଛି ।

No Result
View All Result