1କିମି ରାସ୍ତା କୁ ମଧ୍ୟ ଅସମ୍ପୂର୍ଣ୍ଣ କରିଥିବା ଏବଂ ହରିଶଙ୍କର କୁ ସଂଯୋଗ କରୁ ଥିବା ମୁଖ୍ୟ ରାସ୍ତା ଧଣ୍ଡାମୁଣ୍ଡା ଗାଁ ଭିତର ରାସ୍ତା କୁ ମାରାମତି ନ କରି ଛାଡି ଦେବା ଫଳ ରେ ଏପର୍ଯ୍ୟନ୍ତ ସେହି ପରି ଶୋଚନୀୟ ଭାବରେ ରାସ୍ତା ପଡ଼ିରହିଛି ଓ ରାସ୍ତା ରେ ପାଣି ଜମି ରାସ୍ତା ଆହୁରି ବିପର୍ଯ୍ୟସ୍ତ ହେବାକୁ ଲାଗିଲାଣି I
୧୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ରୁ ହରିଶଙ୍କର ଆର ଡି ରାସ୍ତା ର ଅତି ନିମ୍ନ ମାନର ହୋଇଥିବା ବେଳେ ବିଭିନ୍ନ ଜାଗାରେ ପିଚୁ ଉପୁଡି ଯିବା ଫଳ ରେ ଖାଲ ଖମା ମାନ ସୃଷ୍ଟି ହୋଇ ଥୀଲା I ଏବଂ ଏହି ଖବର ଧଣ୍ଡାମୁଣ୍ଡା -ହରିଶଙ୍କର ରାସ୍ତା ଶୋଚନୀୟ ଶୀର୍ଷକ ଖବର ପ୍ରକାଶିତ ହେବା ପରେ ଧଣ୍ଡାମୁଣ୍ଡା ଗାଁ ର ମନୋଜ ଦାସ ନାମକ ଜଣେ ସମାଜସେବୀ ଉକ୍ତ ଖବର କୁ ନେଇ ଓଡିଶା ସରକାର ଙ୍କ ଜନ ଶୁଣାଣି ପୋର୍ଟାଲ ରେ ଅଭିଯୋଗ କରିଥିଲେ ଯାହା ଫଳ ରେ ଆର ଡି ବିଭାଗ ତରଫରୁ ମରାମତି କାମ ଆରମ୍ଭ ହୋଇଥିଲା
କିନ୍ତୁ ମରାମତି କାମକୁ ମଧ୍ୟ ଆର ଡି ବିଭାଗ ଅଧାପନ୍ତରିଆ ଭାବରେ କରିଥିବା ଓ ଧଣ୍ଡାମୁଣ୍ଡା ରୁ ବେନକେରା ସଂଯୋଗ କରୁଥିବା 1କିମି ରାସ୍ତା କୁ ମଧ୍ୟ ଅସମ୍ପୂର୍ଣ୍ଣ କରିଥିବା ଏବଂ ହରିଶଙ୍କର କୁ ସଂଯୋଗ କରୁ ଥିବା ମୁଖ୍ୟ ରାସ୍ତା ଧଣ୍ଡାମୁଣ୍ଡା ଗାଁ ଭିତର ରାସ୍ତା କୁ ମାରାମତି ନ କରି ଛାଡି ଦେବା ଫଳ ରେ ଏପର୍ଯ୍ୟନ୍ତ ସେହି ପରି ଶୋଚନୀୟ ଭାବରେ ରାସ୍ତା ପଡ଼ିରହିଛି ଓ ରାସ୍ତା ରେ ପାଣି ଜମି ରାସ୍ତା ଆହୁରି ବିପର୍ଯ୍ୟସ୍ତ ହେବାକୁ ଲାଗିଲାଣି I
ଆଗକୁ ବୈଶାଖ ମେଳା ଥିବା ରୁ ଓ ଏହି ରାସ୍ତା ବ୍ୟସ୍ତ ବହୁଳ ରାସ୍ତା ହୋଇ ଥିବାରୁ ଦୁର୍ଘଟଣା ମାନ ଘଟିବାର ସମ୍ଭାବନା ଅଛି I ଏ ବିଷୟରେ ପାଟଣାଗଡ ଆର ଡି ବିଭାଗ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ମୋବାଇଲ ସୁଇଚ ଅଫ ଥୀଲା I ଏଣୁ ଆର ଡି ବିଭାଗ ସୋଚନୀୟ ରାସ୍ତା କୁ ଅଧାପନ୍ତରିଆ ନ ଛାଡି ଗାଁ ଭିତରୁ ରାସ୍ତା କୁ ମରାମତି କରାଯିବାକୁ ସାଧାରଣ ରେ ଦାବି ହେଉଛି