ରାଜ୍ୟ ସମ୍ବର୍ଦ୍ଧନା ରେ କୋଣାର୍କ ଜାତୀୟ ସମ୍ମାନ, କୋଣାର୍କ ସେବା ସମ୍ମାନ, କଳିଙ୍ଗ ରତ୍ନ ସମ୍ମାନ, କଳିଙ୍ଗ କଳା ସମ୍ମାନ, ବରିଷ୍ଠ ଓ ବିଶିଷ୍ଟ କଳାକାରଙ୍କୁ ପ୍ରଦାନ କରାଯିବ, ବୋଲି ନିଷ୍ପତି ନିଆଯାଇଥିଲା ।
୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବନ୍ଦେ ଉତ୍କଳ ମହାସଂଘର ଅଧକ୍ଷ୍ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ଵରସ୍ଥିତ ହୋଟେଲ city residence ଠାରେ ଆୟୋଜିତ କୋଣାର୍କ କଳା ଉତ୍ସବ ପାଳନ ଅବସରରେ ଏକ ଜରୁରୀକାଳୀନ ବୈଠକ ଗତ କାଲି ଅନୁଷ୍ଠିତ ହୋଇଥିଲା, । ଏଥିରେ ରାଜ୍ୟ ସ୍ତରରେ ସମ୍ମାନିତ ହେବାକୁ ଥିବା କଳାକାର ମାନଙ୍କୁ ଜିଲ୍ଲାସ୍ତରରୁ ଚୟନ କରିବା ପାଇଁ ଜିଲ୍ଲା ମୁଖ୍ୟ ମାନଙ୍କୁ ଅବଗତ କରାଯାଇଥିଲା,। ମୁଖ୍ୟ ମନ୍ତ୍ରୀଙ୍କ କଳାକାର ସହାୟତା ପାଇଁ ଆବେଦନ କରୁଥିବା କଳାକାରମାନଙ୍କୁ ପ୍ରତି ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଅସହଯୋଗ କରାଯାଉଛି ,

ତେଣୁ ମହାସଂଘର ରାଜ୍ୟ କର୍ମକର୍ତ୍ତା ସଂସ୍କୃତି ବିଭାଗକୁ ଯାଇ ନିର୍ଦେଶକଙ୍କୁ ଲିଖିତ ଭାବରେ ଜଣାଇବା ପାଇଁ ସଂଘ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା, । ଆଗାମୀ କୋଣାର୍କ ଉତ୍ସବରେ ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ, ସମ୍ବଲପୁରୀ, ରସରକେଳି, ଡାଲଖାଇ, କରମା, ଝୁମର, ଛଉ, ଓଡିଶୀ, ଦାସକାଠି, ଘୋଡାନାଚ, ନଉଡ଼ି ଆଦି ଅନେକ ଲୋକକଳାକୁ କାର୍ଯ୍ୟ କ୍ରମରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।, ରାଜ୍ୟ ସମ୍ବର୍ଦ୍ଧନା ରେ କୋଣାର୍କ ଜାତୀୟ ସମ୍ମାନ, କୋଣାର୍କ ସେବା ସମ୍ମାନ, କଳିଙ୍ଗ ରତ୍ନ ସମ୍ମାନ, କଳିଙ୍ଗ କଳା ସମ୍ମାନ, ବରିଷ୍ଠ ଓ ବିଶିଷ୍ଟ କଳାକାରଙ୍କୁ ପ୍ରଦାନ କରାଯିବ, ବୋଲି ନିଷ୍ପତି ନିଆଯାଇଥିଲା।

ଏତଦ୍ ବ୍ୟତୀତ ରାଜ୍ୟ କମିଟି ଓ ଜିଲ୍ଲା କମିଟି ଗଠନ କରାଯାଇଛି ଯାହା କୋଣାର୍କ କଳିଙ୍ଗ କଳା ମହୋତ୍ସବରେ ଘୋଷଣା କରାଯିବ, ଏହି ବୈଠକରେ ସମ୍ପାଦକ ବିନୋଦ କୁମାର ଭୋଇ, ପରିଚାଳନା ସମ୍ପାଦିକା ଜ୍ୟୋତ୍ସନା ନାଏକ, ସଂଗଠନ ଦିବାକର ପାତ୍ର, ବିଜନ କୁମାର ମହାନ୍ତି, ଚନ୍ଦ୍ରଶେଖର ସାମଲ, ପଟେଲ କୁମାର ପାତ୍ର, ବିଷ୍ଣୁ ବାରିକ, ବିପିନ ବିହାରୀ ଦାସ, ରାଘବ ଚନ୍ଦ୍ର ବେହେରା, ସଞ୍ଜୟ ପାତ୍ର, ଦିବାକର ପ୍ରଧାନ, ଅମିଲ୍ ପୁଟେଲ ,

ବିନୋଦ ବିହାରୀ ଦାସ, ସନ୍ତୋଷ ମହାନ୍ତ, ଲକ୍ଷ୍ମୀକାନ୍ତ ବାହିନୀପତି, ପ୍ରମୋଦ ଦାଶ, ଗୋଲାପ ଜେନା, ମୀନକେତନ ପ୍ରଧାନ, ସସ୍ମିତା ମହାନ୍ତ, ଦିଗମ୍ବର ସିଂ, ସୁପ୍ରଭା ସାହାନ , ରସରାଜ ବୁଡେକ,ପ୍ରମୁଖ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଆଉ ମଧ୍ୟ ଯେଉଁ କଳାକାରମାନେ ନିଜ କଳାର ବିକାଶ ନିମନ୍ତେ ଚାହୁଁଛନ୍ତି ସେମାନେ ଆସନ୍ତା ମେ ମାସ ୧୦ ତାରିଖ ସୁଦ୍ଧା ସେମାନଙ୍କର ନାମ ଜିଲ୍ଲା କର୍ମକର୍ତ୍ତାଙ୍କ ସହାୟତାରେ ପଞ୍ଜିକରଣ କରିବାକୁ ଅନୁରୋଧ ।














