No Result
View All Result
୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତଗତ ବାଂକୋଇ ଗ୍ରାମର ମହାନ୍ ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ୧୮୧୭ ମସିହା ଖୋର୍ଦ୍ଧା ପାଇକ ବିଦ୍ରୋହର ପୃଷ୍ଠଭୂମିରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ବାଙ୍କୋଇଗଡ଼ର ପାଇକ ସର୍ଦ୍ଦାର କଳା ସିଂହ କାଳିଆ ଭୂଇଁ ମୂଳ ତା. ୬.୪ ୧୮୧୯ ମସିହା ମଙ୍ଗଳବାର ଦିନ ବୋଲଗଡ଼ ଆମ୍ବ ତୋଟାରେ ଫାସି ପାଇଥିଲେ ଏବଂ ତାଙ୍କ ପୁତୁରା ସହିଦ ସଚ୍ଚିଦାନନ୍ଦ ପଟ୍ଟନାୟକ ତା ୧୮ . ୪ .୧୮୧୯ ରବିବାର ଦିନ ଫାସି ପାଇଥିଲେ।

ଉଭୟ ଆମର ସହିଦଦ୍ବୟଙ୍କର ପବିତ୍ର ୨୦୬ ତମ ଶ୍ରାଦ୍ଧବାର୍ଷିକ ପାଳନ ଶୁଭ ଅବସରରେ ସହିଦ କାଳିଆ ଭୂଇଁ ମୂଳ ସ୍ମୃତି ପରିଷଦ ବାଙ୍କୋଇ ତଥା ବିଦ୍ୟା ବିକାଶ ନିକେତନ, ସାଗରଗୁଆଁ ତରଫରୁ ସହିଦଙ୍କର ବର୍ତ୍ତମାନର ଦାୟାଦ ତଥା ପରିଷଦର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଅମିୟ କୁମାର ପଟ୍ଟନାୟକଙ୍କ ଆଭାହକତ୍ଵ ଏବଂ ପରିଷଦର କାର୍ଯ୍ୟକାରୀ ସଭାପତି ତଥା ଦାୟାଦ ଡକ୍ଟର କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଶନିବାର ଆୟୋଜନ କରାଯାଇ ବିଦ୍ୟା ବିକାଶ ନିକେତନର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମା ଏବଂ ମାତୃଭୂମିର ସେବାରେ ଜୀବନକୁ ଉତ୍ସର୍ଗ କରି ଧନ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାରେ ବୋଲଗଡ଼ର ଦକ୍ଷ ରାଜନୈତିଜ୍ଞ ତଥା ଐତିହାସିକ ରିବିନ୍ଦ୍ର କୁମାର ପରିଡ଼ା “ମା ଏବଂ ମାତୃଭୂମିର ମଙ୍ଗଳ କରି ନିଜକୁ ଗଢ଼ି ତୋଳିବା ପାଇଁ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ

No Result
View All Result