୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀର ୨୪ ନମ୍ବର ଜୋନର ହଜ ପଂଚାୟତ ଅନ୍ତର୍ଗତ ନିଧିପୁର ସ୍ଥିତ ମା ଜାଗେଶ୍ୱରୀଙ୍କ ପୀଠରେ ଅପରାଜିତା ହଟାଅ ଦାବୀକୁ ନେଇ ଅସନ୍ତୁଷ୍ଟ ବିଜେପି ବିଜେଡ଼ି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଦକ୍ଷିଣ ମଣ୍ଡଳ ସଭାପତି ସଞ୍ଜୟ ପ୍ରସାଦ ଛୁଆଳସିଂହଙ୍କ ଅଧ୍ୟକ୍ଷତାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୀର୍ଘ ୫ ବର୍ଷ ଧରି ପୁରୁଣା କର୍ମୀ ମାନଙ୍କୁ ଉପେକ୍ଷା କରି ସଙ୍ଗଠନ କରି ଆସୁଥିବାରୁ ଫଳରେ ବହୁ କର୍ମୀଙ୍କ ଅସନ୍ତୋଷର କାରଣ ହୋଇଛନ୍ତି ।

ବିଗତ ନିର୍ବାଚନରେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ସଙ୍ଗଠନ କରି ବହୁ ଗୁଣରେ ଭଲ ପ୍ରଦର୍ଶନ କରି ଆସିଥିଲା । ସାଂସଦ ଅପରାଜିତା ହେବା ପରେ ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ସେଭଳି ଆଖି ଦୃଶିଆ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସକ୍ଷମ ହୋଇ ନ ଥିଲେ। ଏଭଳି ଦଳ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ସାଂସଦ ଅପରାଜିତାଙ୍କୁ ଚଳିତ ନିର୍ବାଚନରେ ଲଢ଼ିବା ପାଇଁ ସୁଯୋଗ ନ ଦିଆ ଯାଉ ବୋଲି କହିଛନ୍ତି।
ଆଗାମୀ ନିର୍ବାଚନରେ ସାଂସଦ ଅପରାଜିତାଙ୍କୁ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ପ୍ରାଥିତ୍ବକୁ କେନ୍ଦ୍ର ଓ ରାଜ୍ୟ କାଏମ ଜାରୀ ରଖିବେ ତେବେ ଅସନ୍ତୁଷ୍ଟ କର୍ମୀ ପ୍ରତ୍ୟେକ ଗ୍ରାମର ଜନସାଧାରଣଙ୍କ ପାଖରେ ପହଂଚି ନୋଟାରେ ଭୋଟ ଦେବା ପାଇଁ ସଚେତନ କରାଯିବ ବୋଲି କହିଛନ୍ତି । ଏହି ସଭାରେ ୮ ଗୋଟି ପଂଚାୟତ ର ସକ୍ରିୟ କାର୍ଯ୍ୟକର୍ତ୍ତା ଧ୍ରୁବ ଚରଣ ବାହିନୀପତି, ସନ୍ତୋଷ କୁମାର ବେହେରା, ସହଦେବ ବେହେରା, ରମେଶ ସାମନ୍ତରାୟ, ପ୍ରମୋଦ ରାଉତରାୟ, ରବି ମଙ୍ଗରାଜ, ନରସିଂହ ସୁନ୍ଦରାୟ, ଗୌରାଙ୍ଗ ଚରଣ ପ୍ରହରାଜ, ଧନେଶ୍ଵର ପ୍ରଧାନ, ରାମଚନ୍ଦ୍ର ସେନାପତି, ଅଧିକାରୀ ନାୟକ ବିଦ୍ୟାଧର ରାଉତରାୟ, ନିବାସ ବଳିୟାର ସିଂହ, ଭଗବାନ ସ୍ବାଇଁ, ତପନ ନାୟକ, ଶରତ ସାମନ୍ତରାୟ ଓ ଗଜେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।















