୫ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ବୋଲଗଡ :-> ବୋଲଗଡ ବ୍ଲକ ଅନ୍ତର୍ଗତ ବାଂକୋଇ ଗ୍ରାମର ଅସହାୟ ବ୍ରଜବନ୍ଧୁ ସୁବୁଦ୍ଧି ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତଅଛନ୍ତି । ବ୍ରଜବନ୍ଧୁଙ୍କ (70) ପତ୍ନୀ ଅହଲ୍ୟା ସୁବୁଦ୍ଧି(63) ଓ ଝିଅ ବିଳାସ ସୁବୁଦ୍ଧି (35) 3 ପ୍ରାଣୀ ଆର୍ଥିକ ଅନାଟନରେ ଭଙ୍ଗା ଘରେ ଜରି ପାଲ ପକେଇ ରହୁଛନ୍ତି। ବହୁ ଦିନ ଧରି ଘର ଭାଙ୍ଗି ଯାଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବ୍ରଜବନ୍ଧୁ ପୁର୍ବରୁ ସେଲୁନ ଓ ନିଜର କୌଳିକ ବୃତ୍ତିରେ ପରିବାର ପୋଷଣ କରୁଥିଲେ ।
ଯାହା ରୋଜଗାର କଲେ ନିଜେ ଓ ପରିବାରକୁ ଖାଇବାକୁ ଦେବା ପରେ ବଳକା ଟଙ୍କାରେ 2 ଝିଅଙ୍କ ବାହାଘର କରିଥିଲେ। ମଝିଆ ଝିଅଟି ବାହାଘର ସରିବା ପରେ ପାରିବାରିକ ସମସ୍ୟା ନେଇ ଶାଶୁ ଘରୁ ଆସି ନିଜର ବାପ ଘରେ ଅଛନ୍ତି l ବ୍ରଜଙ୍କର 2 ଟି ପୁତ୍ର ମଧ୍ୟରୁ ସାନପୁଅ (30) ବର୍ଷ ବୟସରେ ଲିଭର କ୍ୟାନ୍ସରରେ ମୃତ୍ୟୁ ବରଣ କରି ଥିବା ବେଳେ l ବଡ଼ ପୁଅ ଭୁବନେଶ୍ୱରରେ ରହୁଛି l
ବ୍ରଜଙ୍କ କହିବାନୁଯାୟୀ ବଡ଼ ପୁଅ ତା ସ୍ତ୍ରୀକୁ ଧରି ଭୁବନେଶ୍ୱରରେ ଦୀର୍ଘ ଦିନ ରହିଆସୁଛି l ତାଙ୍କୁ କୌଣସି ପ୍ରକାରେ ସାହାଯ୍ୟ ଓ ସହାନୁଭୂତି ତଥା ବାପା ମା ଙ୍କ ଅଣଦେଖା କରି ସେ ବାହାରେ ରହୁଛି ବୋଲି ପ୍ରକାଶ କରିଛନ୍ତି l ଏପରି ସ୍ଥିତିରେ ଘର ଛପର କରିନପାରିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖି ଦେଖି ଦେଖି କାଳତିପାତ କରୁଛନ୍ତି ବ୍ରଜବନ୍ଧୁ ସୁବୁଦ୍ଧି l ପଡିଶା ମାନଙ୍କ ସହାୟତାରେ ଜରିପାଲ ପକେଇ ରହୁଛନ୍ତି। ତାଙ୍କ ମଝିଆଣି ଝିଅ ଘରେ ଥିବାରୁ ସେ ହିଁ ପାଲଟିଛି ବାପା ମାଙ୍କର ଶ୍ରବଣ କୁମାର ଭଳିଆ ପୁତ୍ରୀ l
ସେ କିଛି କାମ ଦାମ କରି ଘରର ଗୁଜୁରାଣ ମେଣ୍ଟାଉଛି l ସମୟର ବିଡମ୍ବନା ଓ ଭାଗ୍ୟର ଖେଳରେ ବ୍ରଜବନ୍ଧୁ ଛନ୍ଧି ହେବା ସହିତ ନିରୁପାୟ ହୋଇ ପଡ଼ି ଅଛନ୍ତିl କର୍କଟ ରୋଗ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସା ହୋଇ ଆସିଅଛନ୍ତି l ତଥାପି ଆହୁରି ବ୍ରଜବନ୍ଧୁଙ୍କ ଚିକିତ୍ସା ଆବଶ୍ୟକ ଥିବା ବେଳେ ଅର୍ଥ ହିଁ ଆଜି ବାଧକ ସାଜିଛି। ଗରିବ ବ୍ରଜଙ୍କ ପାଇଁ l ଏବେ ଚିକିତ୍ସା ତ ଦୂରର କଥା ଚଳିବା ପାଇଁ ବହୁତ କାଠିକର ପାଠ ପାଲଟିଛି l
ସରକାରଙ୍କ ତରଫରୁ ଇନ୍ଦିରା ଆବାସ 15 ବର୍ଷ ତଳେ ତାଙ୍କ ସ୍ତ୍ରୀ ଅହଲ୍ୟା ସୁବୁଦ୍ଧି ପାଇଥିଲେ କିନ୍ତୁ ସେଇ ସମୟରେ ସାନ ପୁଅର ମୃତ୍ୟୁ ଘଟିଥିବାରୁ ତାହା ମଧ୍ୟ ସପୂର୍ଣ କରିପାରିନଥିଲେ l ଏବେ ଇନ୍ଦିରା ଆବାସ ତାଙ୍କ ପାଇଁ ପାଲଟିଛି ସାତ ସପନ l ଏହି ଖବର ଶୁଣି ବୋଲଗଡ -ବେଗୁନିଆ ସମାଜ ସେବୀ ମନୋଜ ପ୍ରଧାନ ତୁରନ୍ତ ଆସି ତାଙ୍କ ଘରେ ବ୍ରଜଙ୍କୁ ଦେଖା କରି କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ପୁଣି ତାଙ୍କ ଚିକିତ୍ସା ଖୁବ କରିବେ ବୋଲି ପ୍ରତିଶ୍ରୁତି ଦେଇଅଛନ୍ତି l
ମନୋଜଙ୍କ ଏଭଳି ପରୋପକାରିତା କୁ ଦେଖି ଗ୍ରାମବାସୀମାନେ ଭୁୟୀୟାଂଶୀ ପ୍ରଂଶସା କରିଥିଲେ l ମନୋଜଙ୍କୁ ମଧ୍ୟ ପୀଡିତ ବ୍ରଜ ଆଶୀର୍ବାଦ କରି ତାଙ୍କର ଚିକିତ୍ସା ପାଇଁ କହିଥିଲେ l ଝିଅ ବିଳାସ କୁ ମଧ୍ୟ ସମାଜ ସେବୀ ମନୋଜ ପ୍ରଧାନ ଘରର ଯାହା ସମସ୍ୟା ଅଛି ତାଙ୍କୁ ଜଣାଇବା ପାଇଁ କହିଥିଲେ l ବ୍ରଜଙ୍କୁ ସରକାରୀ ସହାୟତା ସହିତ ରହିବା ପାଇଁ ଖଣ୍ଡେ ବାସଗୃହ ତଥା ଇନ୍ଦିରାଆବାସ ଟିଏ ପ୍ରଦାନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l