୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତ ଶାସୋଳ ଗ୍ରାମର ମା, ସ୍ୱର୍ଣ୍ଣ ଦେବୀଙ୍କ ପୀଠରେ ୨୪ ତମ ବାର୍ଷିକ ମହାଯଜ୍ଞ ମାର୍ଚ୍ଚ ୩୦ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ମଙ୍ଗଳବାର ରାତିରେ ଉଦଯାପିତ ହୋଇଛି । ପ୍ରଥମ ଦିନ କଳସ ଶୋଭାଯାତ୍ରା ବିଶ୍ୱାଳପଡା ଗ୍ରାମର ଗ୍ରାମେଶ୍ୱର ମହାଦେବଙ୍କ ପୁଷ୍କରିଣୀରୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିସାରିବା ପରେ କଳସ ବୁଡାଇ ସାରିବା ପରେ ବାଜା ବାଣ ରୋଷଣୀ କରି ଚାଲିଚାଲି ଆସି,
ସ୍ୱର୍ଣ୍ଣଦେବୀଙ୍କ ଯଞସ୍ଥଳୀରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ମଣ୍ଡଳ ସ୍ଥାପନ,ସୂର୍ଯ୍ୟପୂଜା , ଅଗ୍ନି ସ୍ଥାପନ , ପୀଠପୂଜା ,ଗୀତାଆହୁତି, ଶୋଡ଼ଷ ଉପଚାର,ଚଣ୍ଡୀଆହୁତି ପରେ ଉଦଯାପନ ଦିନ ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ଯଞ କାର୍ଯ୍ୟ ଶେଷହୋଇଥିଲା । ପୂର୍ଣ୍ଣ ଆହତି ସନ୍ଧ୍ୟାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସ୍ଥାନୀୟ ସରପଞ୍ଚ ମାନସୀ ପୃଷ୍ଟି,
ସମିତ ସଭ୍ୟ ରାଜ କିଶୋର ପଟ୍ଟନାୟକ,ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରାଙ୍କ ସମେତ ଆଖପାଖ ଗ୍ରାମର ମୁରବୀ ମାନେ ଏହିଯଞରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଯଞର ପୂର୍ଣ୍ଣ ଆହୁତି ସମୟରେ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା , ଯଞସ୍ଥଳୀ ନିକଟରେ ବହୁ ଉଠା ଦୋକାନୀ ସେମାନଙ୍କର ଦୋକାନ ଖୋଲିଥିଲେ । ଯଞର ପୂର୍ଣ୍ଣାହୁତି ଦେଖିବାକୁ ଆଖପାଖ ଗ୍ରାମରୁ ଆସିଥିବା ଲୋକମାନେ ପ୍ରସାଦ ସେବନ କରିବା ସହିତ ଆତସବାଜୀ ପ୍ରଦର୍ଶନ ସହିତ ମେଲୋଡି ଦେଖିବାର ସୁଯୋଗ ପାଇଥିଲେ ।
ଯଞସ୍ଥଳୀରେ ଛୋଟ ପିଲାମାନେ ମିକି ମାଉସୀ ଖସଡ଼ାରେ ଚଢ଼ି ମଜା ନେଇଥିଲେ । ଉକ୍ତ ଯଞରେ ଶାସୋଳଗ୍ରାମର ସମସ୍ତ ଯୁବକ ଏବଂବ୍ୟୟଜ୍ୟେଷ୍ଠ ବ୍ୟକ୍ତି ମାନେ ୪ ଦିନଧରି ଯଞକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଯଞରେ ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।