୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ୍ ବାଣୀଗୋଛା ଗ୍ରାମରେ ବିରାଜିତ,ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ରୁଦ୍ରକାଳୀ କଂ ପୀଠରେ ଆଜିଠାରୁ ୧୩ ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୂଯାତ୍ରା ଆରମ୍ଭ ହୋଇଛି । ଗତ ରାତ୍ର ୧ ଘଟିକା ସମୟେ ପାରଂପାରିକ ବିଧିମତେ କାମନା ମନ୍ଦିର ରୁ ଦଣ୍ଡକାଳୀ କୁଂ ଜଳତୋଠକୁ ନେଇ ସେଠାରେ ବୈଦିକ ମତେ ହୋମ ଓ ଘୃତାହୁତି ହେବାସହିତ,
ଜୀବନ୍ୟାସ ପ୍ରଦାନ ପୂର୍ବକ ପାଟଦଣ୍ଡ ଓ ପାଣିଦଣ୍ଡ ରେ ରୁଦ୍ରାଗ୍ନୀ ସଂଯୋଗ ପରେ ପୁରୋହିତ, ପୂଜକ, ପାଟଦଣ୍ଡୁଆ,ପାଣିଦଣ୍ଡୁଆ, କାଳୀକା ମେଢ଼ ଓ ୧୩ ଋଷିପୁତ୍ର ( ଦଣ୍ଡୁଆ ) କାମନାଘର କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରାତଃ ମୂହୁର୍ତ୍ତରେ ଗ୍ରାମ ମୂଖିଆ କଂ ଗୃହରେ ପ୍ରଥମ ବନ୍ଦାପନା ଓ ଆଳତୀ ପରେ ଦଣ୍ଡକାଳୀ ବିଶିଷ୍ଠ ବ୍ୟବସାୟୀ ରବିନ୍ଦ୍ର କୁମାର ସାହୁ ଦ୍ବାରକୁ କୁ ଧୂଳିଦଣ୍ଡ ପାଇଁ ବିଜେ କରିଥିଲେ ।
ସଂଧ୍ୟାରେ ଜଳତୋଠରେ ମହାଶ୍ନାନ ପରେ ବାବା ଶ୍ରୀଶ୍ରୀ ଯୋଗେଶ୍ବର ଜୀଉ ଙ୍କ ଘର ସମେତ, ଗ୍ରାମର ପ୍ରତ୍ୟେକ ଦ୍ବାରେ ଦ୍ବାରେ ବାଳଭୋଗ ଲାଗି ପରେ ଠାକୁରଙ୍କ ନିକଟରେ ରାତ୍ରିର ପ୍ରଥମ ପ୍ରହରେ ପଣାଲାଗି ହୋବାପରେ ଦ୍ବିତୀୟ ପ୍ରହରରେ ଅନ୍ନଭୋଗ ଓ ଆଳତୀ ଉପାନ୍ତେ ଠାକୁର ଶ୍ରୀହରି ନାୟକଙ୍କ ଦାଣ୍ଡରେ ବିଜେହେବା ପରେ, ଠକୁରକଂ ନିଳା ସୁଆଂଗକୁ ଗ୍ରାମର ଛୋଟ ବଡ କଳାକାରମାନେ ଅତି ଚମତ୍କାର ଶୈଳୀରେ ଅଭିନିତ କରିଥିଲେ ।