• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଏକ ଅବିସ୍ମରଣୀୟ ସିଜନ ଫିନାଲେ ପ୍ରଦର୍ଶିତ କରିଛି ସିଗ୍ରାମ୍ର ରୟାଲ୍ ଷ୍ଟାଗ୍ ବୁମ୍ବକ୍ସ

Proprietor Abhimanyu Maharana by Proprietor Abhimanyu Maharana
April 1, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍
0
ଭୁବନେଶ୍ୱରରେ ଏକ ଅବିସ୍ମରଣୀୟ ସିଜନ ଫିନାଲେ ପ୍ରଦର୍ଶିତ କରିଛି ସିଗ୍ରାମ୍ର ରୟାଲ୍ ଷ୍ଟାଗ୍ ବୁମ୍ବକ୍ସ
Share on FacebookShare on TwitterWhatsapp

୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଭୁବନେଶ୍ୱର :->  ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍ର ରୟାଲ ଷ୍ଟାଗ୍ ପକ୍ଷରୁ ଏକ ପ୍ରଥମ ଧରଣର ସଙ୍ଗୀତ ଉତ୍ସବ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ଉପସ୍ଥାପନ କରାଯାଇଛି । ଯେଉଁଥିରେ ବଲିଉଡର ସର୍ବାଧିକ ଲୋକପ୍ରିୟ ସଙ୍ଗୀତଗୁଡିକ ହିପ୍ହପ୍ର ବିଟ୍ ସହ ଏକତ୍ରିତ ହୋଇଛି । ଏହି ମ୍ୟୁଜିକାଲ ୟୁଥ୍ ଏନ୍ଗେଜମେଂଟ୍ ପ୍ଲାଟ୍ଫର୍ମ ମାର୍ଚ୍ଚ ୩୦ ତାରିଖ, ୨୦୨୪ରେ ଓଡିଶାର ଭୁବନେଶ୍ୱରରେ ଏହାର ଚଳିତ ବର୍ଷର ୪ର୍ଥ ଓ ଶେଷ ଅନ୍-ଗ୍ରାଉଣ୍ଡ ଅନୁଭୂତିର ଆୟୋଜନ କରିଥିଲା । ଭୁବନେଶ୍ୱର ସହର ଜୀବନ୍ତ ହୋଇ ଉଠିଥିଲା କାରଣ ରୟାଲ ଷ୍ଟାଗ ବୁମବକ୍ସ ଏକ ମୂଳ ସାଉଣ୍ଡସ୍କେପ ସୃଷ୍ଟି କରିବା ପାଇଁ ସଙ୍ଗୀତ ଶିଳ୍ପର ଦୁଇଟି ବିପରୀତ ଜେନର୍ର ସଙ୍ଗୀତକୁ ଏକତ୍ରିତ କରିଥିଲା ।

ପ୍ରାୟ ୧୦,୦୦୦ ଉତ୍ସାହୀ ଦର୍ଶକଙ୍କ ସହିତ ଭୁବନେଶ୍ୱର ରୟାଲ ଷ୍ଟାଗ୍ ବୁମ୍ବକ୍ସର ଯୁବସୁଲଭ ଉତ୍ସାହ ସହିତ ଜୀବନ୍ତ ହୋଇଥିଲା । ଭେନ୍ୟୁ (ବରମୁଣ୍ଡା ପଡିଆ) ଆକର୍ଷଣୀୟ ରଙ୍ଗ ଓ ସାଉଣ୍ଡରେ ସୁସଜ୍ଜିତ ହୋଇଥିଲା । ହେଡ୍ଲାଇନ ଆକ୍ଟ ବ୍ୟତୀତ ଏକାଧିକ ଅନ୍ୟାନ୍ୟ ପ୍ରଦର୍ଶନ ଏହି ସନ୍ଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କରିଥିଲା ଯେଉଁଥିରେ ସ୍ଥାନୀୟ ବ୍ୟାଣ୍ଡ, ନୃତ୍ୟଶିଳ୍ପୀ, ରାପର ଓ ବିଟ୍ବକ୍ସରଙ୍କ ପ୍ରଦର୍ଶନ ସାମିଲ ଥିଲା । ରାତି ବଢିବା ସହିତ ଅଲୀ ମର୍ଚ୍ଚାଂଟ ମଂଚକୁ ଆସିଥିଲେ ଓ ନିଜର ଚମତ୍କାର ମ୍ୟାଶପ୍ ସହିତ ମହୋତ୍ସବର ଆରମ୍ଭ କରିଥିଲେ । ପରେ ହିପ୍-ହପ୍ କଳାକାର ଇକ୍କା ଦର୍ଶକଙ୍କୁ ନିଜର ପଲ୍ସେଟିଂ ରିଦିମ୍ ସହ ରୋମାଂଚିତ କରିଥିଲେ । ଏହାପରେ ଗାୟିକା ନୀତି ମୋହନ ଦର୍ଶକଙ୍କୁ ନିଜର ସୁନ୍ଦର ସଙ୍ଗୀତ ମାଧ୍ୟମରେ ଆକର୍ଷିତ କରିଥିଲେ । ଏହି ସଙ୍ଗୀତ ମହୋତ୍ସବ ରାପର୍ ବାଦ୍ଶାହଙ୍କ ମନ୍ତ୍ରମୁଗ୍ଧକର ପ୍ରଦର୍ଶନ ସହିତ ଶେଷ ହୋଇଥିଲା ଯାହା ଦର୍ଶକମାନଙ୍କୁ ଏକ ଅବିସ୍ମରଣୀୟ ମୁହୂର୍ତ ଦେଇଯାଇଥିଲା ।

ନିଜର ସ୍ମରଣୀୟ ପ୍ରଦର୍ଶନ ପରେ ରାପର୍ ବାଦଶାହ କହିଛନ୍ତି, “ପୁଣିଥରେ ରୟାଲ ଷ୍ଟାଗ୍ ବୁମ୍ବକ୍ସ ସହ ଏହା ଏକ ଚମତ୍କାର ସହଭାଗିତା ଥିଲା । ଭୁବନେଶ୍ୱରରେ ଗତବର୍ଷର ସ୍ମରଣୀୟ ପ୍ରଦର୍ଶନ ପରେ ମୁଁ ଏହି ସହରରେ ଚଳିତ ବର୍ଷର ପ୍ରଦର୍ଶନ ପାଇଁ ଅପେକ୍ଷା କରିଥିଲି । ଭୁବନେଶ୍ୱରର ଦର୍ଶକମାନେ ବାସ୍ତବରେ କିଭଳି ମନୋରଞ୍ଜନ ପାଇପାରିବେ ତାହା ଜାଣିଛନ୍ତି ।” କଳାକାର ଇକ୍କା ମତବ୍ୟକ୍ତ କରି କହିଛନ୍ତି, “ଯେତେବେଳେ ସଙ୍ଗୀତର ନୂଆ ଜେନର୍ଗୁଡିକର ଅନୁଭୂତି ପାଇବା ପାଇଁ ଲୋକମାନେ ଏକତ୍ରିତ ହୁଅନ୍ତି , ବାସ୍ତବରେ ଖୁବ୍ ଭଲ ଲାଗିଥାଏ । ଏବଂ ରୟାଲ ଷ୍ଟାଗ୍ ବୁମ୍ବକ୍ସ ଏଥିପାଇଁ ଏକ ଉପଯୁକ୍ତ ପ୍ଲାଟ୍ଫର୍ମ ଅଟେ । ମୁଁ ଏହି ସଙ୍ଗୀତ ମହୋତ୍ସବର ଏକ ଅଂଶ ହୋଇ ଖୁବ୍ ଖୁସି ଅନୁଭବ କରୁଛି ଏବଂ ଭୁବନେଶ୍ୱରବରେ ଏହି ଶୋ’ ବାସ୍ତବରେ ଚମତ୍କାର ଥିଲା ।”ଗାୟିକା ନୀତି ମୋହନ କହିଛନ୍ତି, “ମୁଁ ଆଉ ଏକ ସଂସ୍କରଣ ପାଇଁ ରୟାଲ ଷ୍ଟାଗ୍ ବୁମ୍ବକ୍ସ ସହ ସହଭାଗିତା କରି ଉତ୍ସାହିତ ଥିଲି । ଆମେ ଗତବର୍ଷ କିଛି ସୁନ୍ଦର ମୁହୂର୍ତ ସୃଷ୍ଟି କରିଥିଲୁ ଏବଂ ଚଳିତ ବର୍ଷର ସଙ୍ଗୀତର ଅନୁଭୂତି ଅଧିକ ସ୍ୱତନ୍ତ୍ର ରହିଛି । ଜୟପୁରରେ ଆମେ ବିତାଇଥିବା ମଜାଦାର ସମୟ ପରେ ମୁଁ ଭୁବନେଶ୍ୱରରେ ପ୍ରଦର୍ଶନ କରିବା ପାଇଁ ପ୍ରକୃତରେ ଅପେକ୍ଷା କରିଥିଲି ଏବଂ ଭୁବନେଶ୍ୱରର ଦର୍ଶକମାନେ ଆମକୁ ଉତ୍ସାହିତ କରିଥିଲେ ।” କଳାକାର ଅଲୀ ମର୍ଚ୍ଚାଂଟ କହିଛନ୍ତି, “ ରୟାଲ ଷ୍ଟାଗ୍ ବୁମ୍ବକ୍ସ ନୂଆ ହିପ୍-ହପ୍ ବଲିଉଡ ସହଭାଗିତା ସହିତ ପୁଣିଥରେ ଫେରିଛି । ମୁଁ ଚଳିତ ସଂସ୍କରଣ ପାଇଁ ପ୍ରତ୍ୟେକ ଅନ୍-ଗ୍ରାଉଣ୍ଡ ସଙ୍ଗୀତ ଅନୁଭୂତି ପାଇଁ ଏହି ସହଭାଗିତା କରିଥିଲି ଏବଂ ଭୁବନେଶ୍ୱର ଆମକୁ ବବାସ୍ତବରେ ଏକ ଫିନାଲେ ଯୋଗ୍ୟ ଚମତ୍କାର ଶକ୍ତି ପ୍ରଦର୍ଶିତ କରିଥିଲା ।”

ସେହିପରି ପର୍ନର୍ଡ ରିକାର୍ଡ ଇଣ୍ଡିଆର ସିଏମ୍ଓ କାର୍ତିକ ମହିନ୍ଦ୍ରା କହିଛନ୍ତି, “ରୟାଲ ଷ୍ଟାଗ୍ ଏହାର ପ୍ରମୁଖ ୟୁଥ୍ ପ୍ୟାଶନ ସ୍ତମ୍ଭ ଭାବେ ସଙ୍ଗୀତକୁ ପାଳନ କରିବା ଜାରି ରଖିଛି । ବ୍ରାଣ୍ଡ୍ର ‘ଲିଭ୍ ଇଟ୍ ଲାର୍ଜ’ ନୀତି ଓ ଯୁବ ସଂଯୋଗକୁ ଆଗକୁ ବଢାଇ ଆମେ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣର ଶୁଭାରମ୍ଭ ପାଇଁ ଉତ୍ସାହିତ ଥିଲୁ । ଗତବର୍ଷ ଏହି ମହୋତ୍ସବ ପାଇଁ ଆମେ ପାଇଥିବା ପ୍ରତିକ୍ରିୟା ଓ ଯୋଗଦାନ ବାସ୍ତବରେ ଉତ୍ସାହଜଜନକ ଥିଲା । ଚଳିତ ବର୍ଷ ଏହି ପ୍ଲାଟ୍ଫର୍ମ ବଲିଉଡ୍ର ସଙ୍ଗୀତକୁ କଳା ଓ ସାଂସ୍କୃତିକ ଅନୁଭୂତି ସମେତ ହିପ୍ହପ୍ର ସ୍ପନ୍ଦିତ ବିଟ୍କୁ ମିଶ୍ରଣ କରି ନୁଭୂତିକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ ରହିଛି, ଯାହା ବାସ୍ତବରେ ବ୍ରାଣ୍ଡର ଦର୍ଶନ ‘ଲିଭିଙ୍ଗ୍ ଇଟ୍ ଲାର୍ଜ’କୁ ସୂଚିତ କରୁଛି ।”
ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ସମ୍ପର୍କରେ ୱେଭ୍ମେକର୍ର ଦକ୍ଷିଣ ଏସିଆ, ସିଇଓ ଅଜୟ ଗୁପ୍ତେ କହିଛନ୍ତି, “ୱେଭ୍ମେକର୍ ରୟାଲ ଷ୍ଟାଗ୍ ବୁମ୍ବକ୍ସର ଯାତ୍ରାର ଏକ ଅଂଶ ହେବା ଜାରି ରଖି ଉତ୍ସାହିତ ରହିଛି । ରୟାଲ ଷ୍ଟାଗ୍ ବୁମ୍ବକ୍ସ ସ୍ୱାଗ୍, ଭାବନା ଏବଂ ବଲିଉଡ୍ ଓ ହିପ୍ହପ୍ ମଧ୍ୟରେ ଜୀବନ୍ତ ତାଳମେଳର ଏକ ଅବିସ୍ମରଣୀୟ ମିଶ୍ରଣର ଗ୍ୟାରେଂଟି ଦେଉଛି । ଏହି ଜେନେରେଶନର ବିଟ୍ଗୁଡିକୁ ଉଚ୍ଚ ସ୍ୱରରେ ପ୍ରତିଧ୍ୱନିତ୍ୱ କରିଥାଏ, ଆମେ ନିଶ୍ଚିତ ଯେ, ଏହି ୨ୟ ସଂସ୍କରଣ ପ୍ରଥମ ସଂସ୍କରଣ ଭଳି ଆଉ ଏକ ବଡ ସଫଳତା ହେବ ।”

ଏହି ସହଭାଗିତା ସମ୍ପର୍କରେ ୟୁନିଭର୍ସାଲ ମ୍ୟୁଜିକ ଗ୍ରୁପ୍ର ନ୍ୟୁ ବିଜନେସ ଡେଭ୍ଲପ୍ମେଂଟ୍ ଆଣ୍ଡ ବ୍ରାଣ୍ଡ ପାର୍ଟନର୍ସିପ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ପ୍ରୀତି ନାୟର କହିଛନ୍ତି, “ଆମେ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣର ଶୁଭାରମ୍ଭ କରିଥିବାରୁ, ୟୁଏମ୍ଜିବି (ୟୁନିଭର୍ସାଲ ମ୍ୟୁଜିକ ଗ୍ରୁପ୍ ଫର୍ ବ୍ରାଣ୍ଡ୍ସ), ଗ୍ରୁପ୍ଏମ୍-ୱେଭ୍ମେକର ସହ ସହଭାଗିତାରେ ରୟାଲ ଷ୍ଟାଗ୍ ବୁମ୍ବକ୍ସ ପାଇଁ ରୟାଲ ଷ୍ଟାଗ୍ ସହ ସହଭାଗିତା କରି ଉତ୍ସାହିତ ଓ ସମ୍ମାନିତ ଅନୁଭବ କରୁଛି । ୟୁଏମ୍ଜି ଫର୍ ବ୍ରାଣ୍ଡ୍ସ ଭାବେ ଆମେ ଆମର ସହଯୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ସଙ୍ଗୀତ, କଳା ଓ ଅନୁଭୂତିଗୁଡିକ ମାଧ୍ୟମରେ ସଂସ୍କୃତିକୁ ନୂଆ ରୂପ ଦେବା ପାଇଁ ଉତ୍ସର୍ଗୀକୃତ ରହିଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..?  – ମହାସଂଘ

ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? – ମହାସଂଘ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version