No Result
View All Result
୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାରେ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପଞ୍ଚୁ ଦୋଳ ଯାତ୍ରା ବିଭିନ୍ନ ପଟୁଆର, ଘଣ୍ଟ ଘଣ୍ଟା ର ତାଳେତାଳେ ଭକ୍ତ ଙ୍କର ଉତ୍ସାହ ପରିଲକ୍ଷିତ ହେବା ସହ ମେଳଣପର୍ବ ରେ ଭକ୍ତ ଓ ଭଗବାନ ଙ୍କ ମହା ମିଳନ ଦେଖିବାକୁ ମିଳିଥିଲା lଯାହାକି ବାଣପୁର, ଚିଲିକା ଏବଂ ଆଖପାଖ ଅଂଚଳରୁ ପ୍ରାୟତଃ ପଞ୍ଚାଅଶି ବିମାନରେ ଶହେ ଅଠସଠି ଦେବା – ଦେବୀ ମେଳଣ ପର୍ବରେ ସାମିଲି ହୋଇଥିଲେ l ଦେବାଦେବୀ ଙ୍କ ମେଳଣ ରେ ପଲଟଣ ପଡ଼ିଆ ହଜାର ହଜାର ଭକ୍ତଙ୍କ ସହିତ ମହାମେଳନ ହୋଇଥିଲା ।

ଏହି ପଞ୍ଚୁ୍ଦୋଳ ଯାତ୍ରା ବାଣପୁର ର ବହୁ ପୁରାତନ କହିବାକୁ ଗଲେ ପ୍ରାୟତଃ ଚାରିଶହ ବର୍ଷ ରୁ ଉର୍ଦ୍ଧ ହେବ ପାଳନ ହୋଇଆସୁଛି lଏଥିରେ ବିଭିନ୍ନ ପ୍ରଶାସନ ସମେତ ପଞ୍ଚୁ୍ଦୋଳ କମିଟି ର ସହଯୋଗ ରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ।ବାଣପୁର ଐତିହାସିକ ପଲଟଣ ପଡିଆରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପଞ୍ଚୁଦୋଳ ଯାତ୍ରା ନିମନ୍ତେ ପଡିଆ ସ୍ଥିତ ସମସ୍ତ ଦୋଳ ବେଦୀ ମାନ ଝୋଟି ଚିତା ରେ ସଜେଇ ହୋଇ ଦେବା ଦେବୀ ମାନଙ୍କ ଅପେକ୍ଷାରେ ଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ପାଇଁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଥିଲା ପଡିଆ ।

ସମସ୍ତ ଦେବା ଦେବୀଙ୍କୁ ନିମନ୍ତ୍ରଣ କରି ସ୍ଥାନାଧିପତି ଶ୍ରୀ ଚରଣ ଚକାଦେବ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀ ଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ଏବଂ ଦେବ ଦେବ ମହାଦେବ ଶ୍ରୀ ଉମାମହେଶ୍ବର ଦେବ ଆଲୋକମାଳାରେ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ମନ୍ଦିର ରୁ ବାହାରି ବର୍ତ୍ତମାନ ପଡିଆରେ ବିଦ୍ୟମାନ। ଚଳିତ ବର୍ଷ ବିଭିନ୍ନ ଗ୍ରାମର ରଂଗ ବେରଙ୍ଗର ରୋଷଣୀ, ଆଲୋକମାଳା ଓ ଫୁଲମାଳରେ ସଜେଇ ହୋଇ ଦୋଳ ବିମାନ, ଗରୁଡ଼, ହନୁମାନ ବାହାନ ସହିତ ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା, ଢୋଲ, ଚାଙ୍ଗୁ, ବାଘ, ଘୋଡ଼ା, ଶଣ୍ଢ, କେଳା କେଳୁଣୀ ଓ ରଜାରାଣୀ ଆଦି ନୃତ୍ୟସବୁ ବିରାଟ ପାଟ ପଟୁଆର ସହ ଦେବା ଦେବୀ ମାନେ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ମାହେନ୍ଦ୍ର ବେଳାରେ ପଡିଆକୁ ବିଜେ କରିଛନ୍ତି ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଦୂର ଦୂରାନ୍ତ ରୁ ଆସି ରାସ୍ତାଘାଟରେ ବେଲୁନ୍ବାଲା ବଜେଇଲେଣି ପେଁକାଳି। ଶନିବାର ସଂଧ୍ୟାରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତୁଳସୀ ସନ୍ଧ୍ୟା ର ଆସର ରେ ଖୁବ୍ ଝୁମିଲେ ଅଗଣିତ ଦର୍ଶକ। ବିଳମ୍ବିତ ରାତ୍ରିରେ ମାହେନ୍ଦ୍ର ବେଳା ରେ ବିଭିନ୍ନ ଗ୍ରାମର ୧୬୮ ରୁ ଊର୍ଦ୍ଧ୍ବ ଦେବା ଦେବୀ ମାନେ ୮୫ ଗୋଟି ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ନାନା ରଂଗ ର ଆଲୋକମାଳା ଓ ବିରାଟ ପାଟ ପଟୁଆର ଶୋଭାଯାତ୍ରାରେ ଆସି ମେଳଣ ପଡିଆକୁ ଆଗମନ କରିବା ପରେ ପୂର୍ବ ନିର୍ଦ୍ଧାରିତ ଅପେକ୍ଷାରତ ସୁସଜ୍ଜିତ ଦୋଳ ବେଦୀ ମାନଙ୍କରେ ବିରାଜମାନ ହୋଇଛନ୍ତି।ଚଳିତ ବର୍ଷ ପ୍ରବଳ ଜନସମାଗମ କୁ ନଜରରେ ରଖି ଯାତ୍ରା କମିଟି ତରଫରୁ ବ୍ଯାପକ ପ୍ରସ୍ତୁତି କରାଯାଇ ଥିବା ବେଳେ ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

No Result
View All Result