୩୦ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ବୋଲଗଡ଼ :-> ବୋଲଗଡ଼ ମଣ୍ଡଳ ବିଜେପି ତରଫରୁ ସଭାପତି ସଞ୍ଜୟ ବେହେରାଙ୍କ ଆବାହକତ୍ବରେ ବରିଷ୍ଠ ସଦସ୍ୟମାନେ ଦଳାଇସାହି ଗ୍ରାମ ପଞ୍ଚାୟତଅଧିନସ୍ଥ ମାଳିସାହି ତିନିଦୋଳ ମେଳଣ ପଡିଆରେ ଶନିବାର ଦିନ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି.! ଆଗାମୀ ସାଧାରଣ ନିର୍ବାଚନ 2024ରେ ଓଡ଼ିଶା ଓ କେନ୍ଦ୍ରରେ ଡବଲ ଇଞ୍ଜିନ ଭାଜପା ସରକାର ଗଠନ କରି ଭାରତ ଓ ଓଡିଶାକୁ ଏକ ନମ୍ୱରରେ ପରିଣତ କରି ସାଧାରଣ ଜନତାଙ୍କ ସେବା କରିବାପାଇଁ ସମସ୍ତ ଠାକୁରଙ୍କନିକଟରେ ବିଜେପି କର୍ମୀମାନେ ଆଶ୍ରିବାଦ ଭିକ୍ଷା କରିଥିଲେ !

ତିନିମେଳଣ ପଡିଆରେ ମୋଦୀ ସରକାର ଗ୍ୟାରେଣ୍ଟି କାର୍ଡ ଓ କ୍ୟାଲେଣ୍ଡର ସମସ୍ତ ଲୋକମାନଙ୍କୁ ବିଜେପି କର୍ମୀମାନେ ବାଣ୍ଟିଥିଲେ l ଏହି ବିଜେପି କର୍ମୀ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟପରିଷଦ ସଦସ୍ୟ ଲୋତକ ବିନ୍ଦୁ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଇଂ. କର୍ପୁର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଅଜିତ କୁମାର ପଟନାୟକ,

ପୂର୍ବତନ ମଣ୍ଡଳ ସଭାପତି ସୁବାଷ ମିଶ୍ର, ସଞ୍ଜୟ ମହାପାତ୍ର, ନିର୍ବାଚନ ମଣ୍ଡଳୀ ବିସ୍ତାରକ ଚିରଞ୍ଜିବୀ ବିଶ୍ୱାଳ, ଅଭିମନ୍ୟୁ ପଟନାୟକ, ଲଷ୍ମୀଧର ବଳିୟାରସିଂହ, ବିନୋଦ ମହାରଣା, ଜଗବନ୍ଧୁ ମୁଦୁଲି,ଦଳାଇସାହି ପଞ୍ଚାୟତର ପୂର୍ବତନ ସଭାପତି ଉପେନ୍ଦ୍ର ସୁବୁଦ୍ଧି, ଅଜିତ ମହାପାତ୍ର, ଶରତ ସୁବୁଦ୍ଧି, ଚନ୍ଦନ ମହାପାତ୍ର, ଓ ଚଗଲା ମହାପାତ୍ର ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ.














