ବଡଚଣାରେ ଅପାରଗ ନେତୃତ୍ବ ପରିବର୍ତ୍ତନ ପାଇଁ। ସାଂଗଠନିକ ବୈଠକ

1. ଛ ଛ ଥର ବିଧାୟକ ଅମର ପ୍ରସାଦ ଶତପଥୀ ବିକାଶ ନାଁ ରେ କେତେ ଜଣ ହାତ ଗଣତି ଠିକାଦାର ଙ୍କୁ ଧରି ବଡ଼ଚଣା ର ବିକାଶକୁ ହରିଲୁଟ କରିବାରେ ଲାଗିଛନ୍ତି

2. ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ବଡ଼ଚଣା ରେ ସଫଳ ହେଲା ନାହିଁ

3. ରଥ ପରିକ୍ରମା ପାଇଁ ଆସିଥିବା ଦୁଇ ଲକ୍ଷ ଟଙ୍କା କୁ ଲୋକ ମାନଙ୍କୁ ନ ଦେଇ ହରି ଲୁଟ କରିବା ପାଇଁ କେବଳ ବିଧାୟକ ଦାୟି

୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :-> ସାଙ୍ଗଠନିକ ବୈଠକ ଆଳରେ ବଡ଼ଚଣା ବିଧାୟକଙ୍କୁ ଖୋଲା ବିରୋଧ କଲେ ପାଞ୍ଚ ହଜାରରୁ ଉର୍ଦ୍ଧ ବିଜୁ ପ୍ରେମୀ ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ଆଜି ଖଇରା ମେଳଣ ପଡିଆରେ ଏକ ସାଙ୍ଗଠନିକ ବୈଠକ କରାଯାଇ ବଡ଼ଚଣା ବିଧାୟକ ଙ୍କୁ ଖୋଲା ଖୋଲି ବିରୋଧ କରି ଥିବାର ଦେଖିବାକୁ ମିଳିଛି, ଛ ଛ ଥର ବିଧାୟକ ଅମର ପ୍ରସାଦ ଶତପଥୀ ବିକାଶ ନାଁ ରେ କେତେ ଜଣ ହାତ ଗଣତି ଠିକାଦାର ଙ୍କୁ ଧରି ବଡ଼ଚଣା ର ବିକାଶକୁ ହରିଲୁଟ କରିବାରେ ଲାଗିଛନ୍ତି, ମୁଖ୍ୟମନ୍ତ୍ରୀ ଙ୍କ ନାରାକୁ ବଡ଼ଚଣା ର 43 ଗୋଟି ପଂଚାୟତ କାର୍ଯକାରୀ ନ କରି କେବଳ ଖଇରା ପଞ୍ଚାୟତ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରିବା ବ୍ୟତୀତ ଅନ୍ୟ 42ଟି ପଞ୍ଚାୟତ ରେ ଏହା କରା ଗଲା ନାହିଁ,

ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ବଡ଼ଚଣା ରେ ସଫଳ ହେଲା ନାହିଁ, ରଥ ପରିକ୍ରମା ପାଇଁ ଆସିଥିବା ଦୁଇ ଲକ୍ଷ ଟଙ୍କା କୁ ଲୋକ ମାନଙ୍କୁ ନ ଦେଇ ହରି ଲୁଟ କରିବା ପାଇଁ କେବଳ ବିଧାୟକ ଦାୟି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ, ପ୍ରଥମେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା, ଏଥିରେ ବିଜେଡିର ବହୁ ପଦାଧିକାରୀ ସହ ପାଞ୍ଚ ହଜାର ରୁ ଉର୍ଦ୍ଧ ବିଜୁ ପ୍ରେମୀ ଉପସ୍ଥିତ ଥିଲେ,

ଚଳିତ ନିର୍ବାଚନ 2024 ପାଖେଇ ଆସୁଥିବା ବେଳେ ଏହି ସଭାରେ ବିଧାୟକଙ୍କ ନେତୃତ୍ୱ କୁ ଖୋଲା ଖୋଲିଭାବେ ବିରୋଧ କରି ଆଜି ଏହି ସଭା ଅନୁଷ୍ଠିତ ହୋଇଛି, ନୂଆ ନେତୃତ୍ୱକୁ ସ୍ୱାଗତ କରି ବିଜେଡି ମୁଖ୍ୟ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଏକ ବାର୍ତ୍ତା ଦେବାପାଇଁ ଏହି ସଭା ଅନୁଷ୍ଠିତ ହୋଇଛି,ଏଥିରେ ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ, ପ୍ରହଲ୍ଲାଦ ନନ୍ଦ,ଇତିଶ୍ରୀ ସାମଲ,ଉପାଧ୍ୟକ୍ଷ ବିଚିତ୍ରା ନନ୍ଦ ମହାପାତ୍ର,ରାଜ୍ୟ ଯୁବବିଜେଡି ଯୁବ ଯୁଗ୍ମ ସମ୍ପାଦକ ଆଶିଷ ରଞ୍ଜନ ଚୌଧୁରୀ, ଜିଲ୍ଲା ଉପସଭାପତି ଅମର କୁମାର ମହାନ୍ତି,ଜିଲ୍ଲା ପରିଷଦ ଜୟଶ୍ରୀ ମଲ୍ଲିକ,ସସ୍ମିତା ମହାନ୍ତି, ଦମୟନ୍ତୀ ସାମଲ ,ସେକ ଅବଦୁଲ ଗନ୍ନି, ପ୍ରମୋଦ ଜେନା, ବିଚିତ୍ରା ନନ୍ଦ ଜେନା,ଧନେଶ୍ୱର ବେହେରା, ସଞ୍ଜୟ ଖୁଣ୍ଟିଆ,