ଓଡ଼ିଶା ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି – ଭାରତୀୟ ଜନତା ପାର୍ଟି  

କନ୍ଧମାଳ, କଟକ, ଯାଜପୁର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଭୁବନେଶ୍ବର :-> ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି , ଲୋକସଭା ନିର୍ବାଚନ ୨୦୨୪ ପାଇଁ ରବିବାର ନିଜ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ ଓଡ଼ିଶା ନାଁ ମଧ୍ୟ ସାମିଲ ଅଛି । ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି ।

ଭୁବନେଶ୍ବରରୁ ସାଂସଦ ଅପରାଜିତା ଷଡଙ୍ଗୀ ନିର୍ବାଚନ ଲଢିବେ । ସେହିଭଳି ପୁରୀରୁ ଲଢିବେ ସମ୍ବିତ ପାତ୍ର । କେନ୍ଦ୍ରାପଡାରୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ଚୟନ କରିଥିବାବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଚରୁ ନବଚରଣ ମାଝୀ, ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ,  ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ ନିର୍ବାଚନ ଲଢିବେ । ତେବେ ଆଉ ୩ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି । କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି ।