୨୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ବରଗଡ଼ :-> ତଥାକଥିତ ମଦ ଦୁର୍ନୀତି ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ମିଥ୍ୟା କେଶରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିବାପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ସରଥ ଚନ୍ଦ୍ର ରେଡ୍ଡୀ ଯିଏ ଅରବିନ୍ଦୋ ଫାର୍ମାର ନିର୍ଦେଶକ ଗିରଫ ହେବା ପରେ ୫ କୋଟି ଟଙ୍କାର ଇଲେକ୍ଟରାଲ ବଣ୍ଡ ମାଧ୍ୟମରେ ବିଜେପି କୁ ଚାନ୍ଦା ଦେଇଥିଲେ ଯାହାକି ଷ୍ଟେଟ ବ୍ୟାଙ୍କ ର ତଥ୍ୟରୁ ଜଣାପଡିଛି ବୋଲି ଆଜି ବରଗଡ଼ ସାମ୍ୱାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀ ରେ ଆମ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ପ୍ରକାଶ କରିଥିଲେ।ଶରଥ ରେଡ୍ଡୀ ପରେ ରାଜସାକ୍ଷୀ ହୋଇ ବେଲ ରେ ମୁକୁଳିବା ପରେ ୫୪.୫ କୋଟି ଟଙ୍କା ବିଜେପି କୁ ଦେଇଥିବା ଜଣା ପଡିଛି ।
ଏହିପରି ଭାବେ ଅରବିନ୍ଦୋ ଫାର୍ମା ଓ ତାଙ୍କର କମ୍ପାନୀ ମୋଟ ୫୯.୫ କୋଟି ଟଙ୍କାର ବଣ୍ଡ କିଣି ବିଜେପି କୁ ଚାନ୍ଦା ଦେଇଥିବା ତଥ୍ୟ ସାମ୍ନା କୁ ଆସିଛି ଯାହାକି ଏକ ମନି ଲଣ୍ଡ୍ରିଙ୍ଗ କେଶ ର ଅନ୍ତର୍ଭୁକ୍ତ ଅଟେ ତେଣୁ ଏହି ପ୍ରସଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କୁ ସମନ କରି ତଦନ୍ତ ପରିସର ଭୁକ୍ତ କରି ଜେପି ନଡ୍ଡାଙ୍କୁ ଗିରଫ କରିବାକୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ଭବାନୀ ସାହୁ ଦାବୀ କରିଥିଲେ। ସାମ୍ବାଦିକ ସମ୍ମିଳନୀ ରେ ଆପ୍ ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ ମଧ୍ଯ ଉପସ୍ଥିତ ଥିଲେ।