ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାନ୍ଦିଲେ …

୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଦିଲ୍ଲୀ :-> ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ପକ୍ଷରୁ ଗିରଫ ଏବଂ ରିମାଣ୍ଡକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କେଜ୍‌ ରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ ଇଡି ହେପାଜତକୁ ପଠାଇଥିଲେ । ଏବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ ଉଭୟ ଇଡିଦ୍ୱାରା ଗିରଫ ଏବଂ ରିମାଣ୍ଡ ଆଦେଶ ଅବୈଧ ।

ଏଣୁ ସେ ତୁରନ୍ତ ଇଡି ହେପାଜତରୁ ମୁକ୍ତ ହେବା ଯୋଗ୍ୟ । କେଜ୍ରିୱାଲଙ୍କ ତରଫରୁ ୨୪ ମାର୍ଚ୍ଚ ରବିବାର ପର୍ଯ୍ୟନ୍ତ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତିଙ୍କ ନିକଟରେ ଦାବି କରାଯାଇଛି । ତେବେ ବର୍ତ୍ତମାନ ସୂଚନା ଆସୁଛି ଯେ ହୋଲି ଛୁଟି ପରେ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହେବ । ଦିଲ୍ଲୀ ଅବକାରୀ ପଲିସିରେ ଟଙ୍କା ହେରଫେର ଅଭିଯୋଗର ତଦନ୍ତ କରୁଥିବା ଇଡି ଗୁରୁବାର ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଛି ।

ଇଡି ଟିମ୍‌ ପ୍ରଥମେ କେଜ୍ରିୱାଲଙ୍କ ଘରେ ପହଞ୍ଚି ଖୋଜାଖୋଜି କରିଥିଲେ । ଏହା ପରେ କେଜ୍ରିୱାଲଙ୍କୁ ରାତି ପ୍ରାୟ ୯ଟା ସମୟରେ ଗିରଫ କରାଯାଇଥିଲା । ଗିରଫ ପରେ ଇଡି ଟିମ୍ ତାଙ୍କୁ ଶୁକ୍ରବାର ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲେ । କୋର୍ଟରେ କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡ ଟିମ୍ ଦାବି କରିଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍‌ ଦ୍ଭରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ ଇଡି ହେପାଜତକୁ ପଠାଇଥିଲେ ।