No Result
View All Result
୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ :-> ରଣପୁର ନିର୍ବାଚ ମଣ୍ଡଳୀରେ ଦିନକୁ ଦିନ ଦିନ ଶକ୍ତିଶାଳୀ ହେଉଛି ଭାରତୀୟ ଜନତା ଦଳ ।ବିରୋଧୀଦଳର ଅନେକ ପୁରୁଖା ବିଜେଡି ନେତା ବିଜେପିରେ ଯୋଗ ଦେଉଛନ୍ତି।ବାଦଲଙ୍କ ଗଡ଼ କୁହାଯାଉଥିବା ରଣପୁର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪ହଜାରରୁ ଉଦ୍ଧ ନେତା ମାନେ ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରୁ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଉଛନ୍ତି ବିରୋଧୀ ନେତା ।

ପୁରୀ ଲୋକସଭା ପାର୍ଥୀ ଡ ସମ୍ବିତ ପାତ୍ର ଙ୍କ ନୀତି ଆଦର୍ଶ ଓ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେପିରେ ଯୋଗ ଦେଉଛନ୍ତି।ଗତ କିଛିଦିନ ତାଳେ ପଞ୍ଚିରିଡ଼ା ମାନପୁର ନାଏବ ସରପଞ୍ଚ ରିପନ କୁମାର ପଣ୍ଡା ବିଜେଡି ଛାଡି ବିଜେପିରେ ଯୋଗ ଦେବାପରେ ପଂଚାୟତ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଥିଲା କିନ୍ତୁ ଗତ ଦୁଇଦିନ ମଧ୍ୟରେ ପଞ୍ଚିରିଡ଼ା ମାନପୁର ପଞ୍ଚାୟତର ବିଜେଡିର ଦୁଇ ତୁଙ୍ଗ ନେତା ସୁଦର୍ଶନ ମହାରଣା ଓ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ରାଜକିଶୋର ସାହୁଙ୍କ ନେତୃତ୍ୱରେ ଆଜି ଶତାଧିକ କର୍ମୀ ବିଧିବଦ୍ଧ ଭାବେ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି |

ସମସ୍ତ ନେତା ମାନଙ୍କୁ ଭାରତୀୟ ଜନତା ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ଆଗାମୀ ଦିନରେ ଭାରତୀୟ ଜନତା ଦଳକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ନାରା ଦେଇଥିଲେ।ସୁଚନାନୁସାରେ ଗତ କିଛି ଦିନ ଧରି ଗୋଡିପଡା ଜୋନ, ଚାନ୍ଦପୁର ଜୋନ ଓ ଶରଣକୁଳ ଜୋନର ବିରୋଧୀ ଦଳର ବହୁ ନେତାମାନେ ବିଜେଡିରେ ଯୋଗ ଦେଇଥିବା ଦେଖାଯାଇଛି।ଉକ୍ତ ଅଞ୍ଚଳ ଗୁଡିକ ବିଜେଡିର ଗଡ଼ ଭାବେ ପରିଚିତ ହୋଇ ରହିଥିଲା।ଉକ୍ତ ଅଞ୍ଚଳର ନେତା ମାନେ ବିଜେପିରେ ଯୋଗ ଦେଇଥିବାରୁ ଏହା ରଣପୁର ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କ ପାଇଁ ଅସୁବିଧା ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।

No Result
View All Result