No Result
View All Result
୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଆସନ୍ତା କାଲି ୧୩ତାରିଖ ଦିନ ସକାଳ ୭ ଘଣ୍ଟ ଠାରୁ ଅପରାହ୍ନ ୪ ଘଣ୍ଟ ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲୁ ରହିବ ବୋଲି ନିର୍ବାଚନ କମିଶନ ନୀତି ନିର୍ଦ୍ଧାରଣ କରିଥିବା ବେଳେ ଇଭିଏମ୍ ଏବଂ ଭିଭିପାଟ ଗୁଡ଼ିକ ନିର୍ବାଚନ ସମୟରେ ଯଦି କୌଣସି ଆବଶ୍ୟକତା ପଡ଼େ ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ମେସିନ ଗୁଡ଼ିକ କାର୍ଯ୍ୟରେ ଲଗାଯିବ ବୋଲି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରକାଶ କରିଛନ୍ତି । ଏହା ସହ ଆଜି ବିଭିନ୍ନ ଦଳର ନେତା ମାନଙ୍କୁ ଡକାଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଷ୍ଟ୍ରଙ୍ଗ ରୁମ କୁ ଦେଖାଇଥିବା ଜଣାପଡିଛି।

ଷ୍ଟ୍ରଙ୍ଗ ରୁମ ରେ ଥିବା ମେସିନ ଗୁଡ଼ିକୁ ସି ସି କେମେରା ଜଗିବା ସଙ୍ଗେ ବନ୍ଧୁକ ଧାରି ପୋଲିସ ଅଧିକାରୀ ମାନେ ମଧ୍ୟ କଡ଼ା ପହରା ମଧ୍ୟରେ ଜଗିରହିଥିବ ଦେଖିବାକୁ ମିଳୁଛି। ଏହି ଷ୍ଟ୍ରଙ୍ଗ ରୁମ ଚବିଶି ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ରହିବ ବୋଲି କହିଛନ୍ତି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଦାସ। ଆଜି ଷ୍ଟ୍ରଙ୍ଗ ରୁମ ତଦାରଖ ସମୟରେ ସ୍ଥାନୀୟ ତହସିଲଦାର ତଥା ସହକାରୀ ନିର୍ବାଚନ ଅଧିକାରୀ ସତ୍ୟବାନ ନାୟକ,

ଗୋଷ୍ଟି ଉନ୍ନୟନ ଅଧିକାରୀ ତଥା ନୋଡାଲ ଅଧିକାରୀ ରାଜୀବ ଦାସ ଙ୍କ ସମେତ ମୋହନା ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଙ୍କ ସମେତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଇଭିଏମ ରଖାଯାଇଥିବା କୋଠରୀ ଟି ଏକ ବାରିକେଟ ଘେରା ମଧ୍ୟରେ ସି କ କେମେରା ନଜର ରେ ରହିବା ସଙ୍ଗେ ବନ୍ଧୁକ ଧାରୀ ପୋଲିସ ପଇଁତରା ମାରୁଥିବା ପ୍ରକାଶ। ଏହି କୋଠରୀରେ ଇଭିଏମ ସେଟ୍ ୫୦ ଟି ରଖାଯାଇଥିବା ବେଳେ ଭିଭିପାଟ୍ ୧୧ ଟି ମହଜୁଦ ରଖାଯାଇଥିବା କହିଛନ୍ତି ମୋହନା ବିଡିଓ ଶ୍ରୀ ଦାସ ।

No Result
View All Result