No Result
View All Result
ଡବଲ୍ ଇଂଜିନ୍ ସରକାର ଓ ମୋଦି ଗ୍ୟାରେଣ୍ଟି ଅପେକ୍ଷା ଓଡ଼ିଶା ଲୋକଙ୍କ ଭରସା କେବଳ ନବୀନ ଗ୍ୟାରେଣ୍ଟି ।

୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକଟି ଯୋଜନା ଓଡ଼ିଶାର ୩୦ଟି ଜିଲ୍ଲାର ସାଢ଼େ ଚାରିକୋଟି ଲୋକଙ୍କ ମନ ଛୁଇଁଛି ବୋଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏକ ଆଲୋଚନା ପ୍ରସଙ୍ଗରେ ମତବ୍ୟକ୍ତ କରିଛନ୍ତି । ତାଙ୍କର କହିବା କଥା ପ୍ରତ୍ୟେକଟି ଯୋଜନା ମଧ୍ୟରୁ ସର୍ବାଗ୍ରେ ରହିଛି ବି.ଏସ୍.କେ.ୱାଇ. କାର୍ଡ଼ । ଅର୍ଥ ଅଭାବରୁ କିମ୍ବା ଚିକିତ୍ସା ଅଭାବରୁ କୌଣସି ଗରିବ ଲୋକ, ଅସହାୟ ଲୋକ ଯେପରି ମୃତ୍ୟୁବରଣ ନକରେ ସେଥିପ୍ରତି ଏହି ବିଏସ୍କେୱାଇ ଯୋଜନା ଆଜି ଘରେ ଘରେ ଆଶାର ଆଲୋକ ଦେଖାଇଛି ।
ପ୍ରତ୍ୟେକଟି ଯୋଜନା କେବଳ ଲୋକଙ୍କ ପାଇଁ ପ୍ରଯୁଜ୍ୟ ଥିବାରୁ ନବୀନଙ୍କ ଉପରେ ସାଧାରଣଙ୍କ ଆସ୍ଥା ଓ ଭରସା ବଢ଼ୁଛି ଏବଂ ଲୋକଙ୍କ ବିଶ୍ୱାସ ଏବେ ମେଘନାଦ ପାଚେରୀ ଭଳି ପ୍ରତ୍ୟେକ ଜିଲ୍ଲାର ମୁଖଶାଳାରେ ଦେଖାଦେଇଛି । କଥାରେ ନୁହେଁ କି ରାଜନୈତିକ ସ୍ୱାର୍ଥପର ଭାଷଣ ନୁହେଁ । ବାସ୍ତବ ଚିତ୍ର ଓ ପ୍ରକୃତ ପକ୍ଷେ ଲୋକେ କିପରି ସିଧାସଳଖ ଉପକୃତ ହେବେ ସେଥିପ୍ରତି ବିଜେଡ଼ି ସରକାରର ପ୍ରତ୍ୟେକଟି ଯୋଜନାରେ ସାଧାରଣ ଲୋକ ସାମିଲ୍ ହେଉଥିବାରୁ ନବୀନ ଗ୍ୟାରେଣ୍ଟି ଏବେ ଲୋକଙ୍କ ହୃଦୟ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ତେଣୁ ଡବଲ୍ ଇଂଜିନ୍ ଗ୍ୟାରେଣ୍ଟି ଦେଉଥିବା ରାଜନୈତିକ ନେତା କେବଳ ଧୂଆଁବାଣ ବୋଲି ମତବ୍ୟକ୍ତ କରିଛନ୍ତି ବିଜେଡ଼ିର ବିଧାୟକ ପ୍ରାର୍ଥୀ ,ଟାଣୁଆ ସଂଗଠକ, ଯୁବ ନେତା ଡ. ଅରୁଣ କୁମାର ସାହୁ ।

No Result
View All Result