No Result
View All Result
୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ବିଧାନସଭା ନିର୍ବାଚନ କ୍ଷେତ୍ରରେ ତିନି ବିଧାୟକ ପ୍ରାର୍ଥୀ କଂଗ୍ରେସ – ବିଜେପି – ବିଜେଡିଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ଲକ୍ଷ୍ୟ କରାଯାଇଛି. ଏହି ଆସନ ପାଇଁ କଂଗ୍ରେସ ଦଳରୁ ଦାଶରଥି ଗମାଙ୍ଗ, ବିଜେପି ଦଳରୁ ପ୍ରଶାନ୍ତ ମଲ୍ଲିକ ଓ ବିଜେଡିରୁ ଅନ୍ତର୍ଯମୀ ଗମାଙ୍ଗଙ୍କ ମଧ୍ୟରେ ସିଧାସଳଖ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ସ୍ପଷ୍ଟ ହୋଇଛି. ପ୍ରଥମତଃ ତିନିଜଣ ପ୍ରାର୍ଥୀ ଏମାନଙ୍କ ରାଜନୈତିକ ଜୀବନ ପ୍ରଥମେ ସମିତିସଭ୍ୟ ଓ ଏହାପରେ ବ୍ଲକ୍ ଅଧ୍ୟକ୍ଷ ପଦ ଅଳଙ୍କୃତ କରିବା ପରେ ଏବେ ବିଧାୟକ ପ୍ରାର୍ଥୀ ଭାବେ ପରସ୍ପର ପ୍ରତିଦ୍ଵନ୍ଦିତା କରୁଛନ୍ତି।

ମୋହନା ବ୍ଲକ୍ ପାଇଁ ପ୍ରଶାନ୍ତ ମଲ୍ଲିକ ଥର। ଆର,.ଉଦୟଗିରି ବ୍ଲକ୍ ପାଇଁ ଦାଶରଥି ଗମାଙ୍ଗ ଦୁଇଥର ଓ ରାୟଗଡ଼ ବ୍ଳକ୍ରୁ ଅନ୍ତର୍ଯାମୀ ଗମାଙ୍ଗ ଥରେ ବ୍ଲକ୍ ଅଧ୍ୟକ୍ଷ ପଦଅଳଙ୍କୃତ କରିଛନ୍ତି। ବର୍ତ୍ତମାନ ମୋହନା ବିଧାନସଭା ନିର୍ବାଚନ କ୍ଷେତ୍ର ନିମନ୍ତେ ପ୍ରଶାନ୍ତ ମଲ୍ଲିକ ଦ୍ଵିତୀୟ ବାର ପ୍ରାର୍ଥୀ ହୋଇଥିବା ବେଳେ, ଅନ୍ତର୍ଯାମୀ ମଧ୍ୟ ଦ୍ବିତୀୟ ଥର ଓ ଦାଶରଥି ଗମାଙ୍ଗ ତୃତୀୟ ଥର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଆଉ ସବୁଠାରୁ ବଡ଼ ସମାନତା ଓ ମଜା କଥା ହେଲା

ସମସ୍ତ ପ୍ରାର୍ଥୀ ବିଧାୟକ ପ୍ରାର୍ଥୀ ଭାବେ ନିଜର ପ୍ରଥମ ପଦାର୍ପଣରେ ମୋହନାରୁ ପରାଜୟର ସ୍ବାଦ ବି ଚାଖିଛନ୍ତି। ହେଲେ ଗତ ନିର୍ବାଚନରେ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ମୋହନା ଆସନରେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ଆଗାମୀ ନିର୍ବାଚନରେ 3 ଦଳର ପ୍ରାର୍ଥୀଙ୍କ ମଧରେ ସିଧାସଳଖ ପ୍ରବଳ ପ୍ରତିଦ୍ବନ୍ଦୀତା ହେଉଥିବା ଲକ୍ଷ୍ୟ କରାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ କିଏ ନିର୍ବାଚିତ ହେବେ ତାହା ପ୍ରକାଶ କରିବା କଷ୍ଟକର ବ୍ୟାପାର ଅଟେ ।

No Result
View All Result