୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗ ପକ୍ଷରୁ କଣ୍ଢେଇ ଦିବସ ପ୍ରଧାନ ଆଚାର୍ଯ୍ୟ ମନ ରଞ୍ଜନ ପଣ୍ଡାଙ୍କ ଆବା ହକତ୍ବରେ ପାଳିତ ହୋଇଛି। ଏଥିରେଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭଗ ସଭାପତି କୁଳମଣି ମିଶ୍ର, ଖୋର୍ଦ୍ଧା ସଙ୍କୁଳ ପ୍ରମୁଖ ନଳିନୀ କାନ୍ତ ପଣ୍ଡା, ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ଦାଶ, ସମ୍ପାଦକ ଦିଲ୍ଲୀପ କୁମାର ପାଣିଗ୍ରାହୀ,

କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ର, ବିଦ୍ବତପରିଷଦ ସଭାପତି ବଂଶୀଧର ପାଣିଗ୍ରାହୀ ଓ ସମ୍ପାଦକ ଶ୍ରୀକାନ୍ତ ବାହିନୀପତି ପ୍ରମୁଖ ଉପସ୍ଥିତ ରହି କୋମଳମତି ଶିଶୁ ମାନଙ୍କ ଅଧ୍ୟୟନ କରିବା ପାଇଁ ବିଭିନ୍ନ ପ୍ରକାର କଣ୍ଢେଇ ମାଧ୍ୟମରେ ଶିକ୍ଷା ଦାନ କରିବା ସହଜ ଓ ସୁଗମ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ସିଦ୍ଧେଶ୍ୱର ବେହେରା ଓ ଆଚାର୍ଯ୍ୟା କସ୍ତୁରୀ କାମୋଦିନି ମହାପାତ୍ର ପରିଚାଳନା କରିଥିଲେ।














