୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ନିର୍ବାଚନର ଇସ୍ତହାରରେ ରହୁ ସାମ୍ବାଦିକଙ୍କ ସମସ୍ୟା ସମାଧାନର ପ୍ରତିଶୃତି । ନିର୍ବାଚନ ଇସ୍ତହାରରେ ଏହାକୁ ରଖିବା ପାଇଁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ନୂଆ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ନେତାଙ୍କୁ ଦାବି ଜଣାଇବା ସହ ଦଳର ପ୍ରଭାରୀ ଲତା ଉସେଣ୍ଡିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ଏ ସମ୍ପର୍କରେ ଦାବି ଉପସ୍ଥାପନା କରାଯିବା ସହ ବିଜେପି ରାଜ୍ୟ ସଭାପତି ମନମୋହାନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ନୂଆ ଦିଲ୍ଲୀରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ସେହିପରି ଓଡ଼ିଶାରେ ବିଜେଡ଼ି ନେତା ମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଦାବି କରାଯାଇଥିଲା । ମଂଚର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ବିଭି୍ନ ସାମ୍ବାଦିକଙ୍କ ସହ ମୁମ୍ବାଇ ଓଡ଼ିଆ ଖବର କାଗଜର ସମ୍ପାଦକ ସାମ୍ବାଦିକ ବିପିନ ମିଶ୍ର, ଚିନ୍ମୟନନ୍ଦ ବଡ଼ଜେନା, ସଞ୍ଜୟ ଗିରି ପ୍ରମୁଖ ଉପସ୍ଥିତଥିଲେ । ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ, ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ ।
ଶ୍ରୀ ସାହୁ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା, ବିଭିନ୍ନ ସାମ୍ବାଦିକଙ୍କ ସମେତ ବାପା ଓ ମା’ ପାଇଁ ବୀମାର ସାମିଲ କରିବା, ବିଭିନ୍ନ ଅନୁମତିପ୍ରାପ୍ତ ୱେବ୍ ଚ୍ୟାନେଲ ଏବଂ ପୋଟାଲ ନ୍ୟୁଜ୍ ସଂସ୍ଥାର ସାମ୍ବାଦିକଙ୍କୁ ବୀମାରେ ଅନ୍ତର୍ଭକୁକ୍ତ କରିବା, ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ଭର୍ତା ପ୍ରଦାନ କରିବା ଆଦି ଇସ୍ତହାରରେ ରଖିବାକୁ ଦାବି କରାଯାଇଛି ।