୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> କଂଗ୍ରେସର ଆଦର୍ଶ ତଥା ମହାତ୍ମା ଗାନ୍ଧୀ ଓ ଉତ୍କଳ ମଣି ଗୋପବନ୍ଧୁଙ୍କ ଚିନ୍ତାଧାରାରେ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଥିବା ଭୁବନେଶ୍ୱରର କଂଗ୍ରେସ କର୍ମୀ ଓ ବଶିଷ୍ଟ ସମାଜସେବୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ମହାପାତ୍ର ତାଙ୍କର ଏହି ନବ ନିଯୁକ୍ତି ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ପ୍ରଭାରୀ ଡ. ଅଜୟ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଆଗାମୀ ଦିନରେ ଶ୍ରୀ ମହାପାତ୍ର ଅଧିକ କ୍ରୀୟାଶିଳ ହୋଇ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସେବା କରିବା ସହ କଂଗ୍ରେସ ଦଳର କାର୍ଯ୍ୟରେ ନିଜକୁ ଅଧିକ ନିୟୋଜିତ ରଖିବା ସହ ସବୁ ବର୍ଗର ଲୋକଙ୍କ ନ୍ୟାୟ ପାଇଁ ଲଢ଼ାଇ ଜାରି ରଖିବା ସହ ନିଜକୁ ଉତ୍ସର୍ଗୀକୃତ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟରେ ପ୍ରକାଶ କରିଛନ୍ତି ।