୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ଗତ କାଳି ବଲାଙ୍ଗୀର ଜିଲ୍ଲା ସମେତ ପାଟଣାଗଡ଼ ଅଞ୍ଚଳରେ ରାତି ତମାମ ଅଦିନିଆ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ କୁଆପଥର ମାଡ ହୋଇଥିବା ବେଳେ ବିଶେଷ କରି ପନିପରିବା ଚାଷ ଓ ଡାଲି ଜାତୀୟ ଶସ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି । ବିଶେଷ କରି ବ୍ଳକ ର କୁର୍ତୁଲା ,ତମିଆଁ ,ଘସିଏନ , ଦଇତାରୀ ମୁଣ୍ଡା , ବିଜାମାଗୁର ,ଯୋଗୀ ମୁଣ୍ଡା, ବାଞ୍ଜିଝାଲ ,ରେଙ୍ଗାଲଜୁରୀ, ଚଙ୍ଗରିଆ, ଆଦି ଗ୍ରାମରେ ବାଇଗଣ ଟମାଟୋ,
ବନ୍ଧାକୋବି ,ଫୁଲକୋବି , ପିଆଜ ,ମୁଗ ବିରି,ଚଣା , ବୁଟ,ସୋରିଷ ଆଦି ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଆକସ୍ମିକ ଭାବେ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ କୁଆପଥର ମାଡ ହେବାରୁ ଚାଷୀ ମାନେ କୌଣସି ବିକଳ୍ପ ବ୍ୟବସ୍ଥା କରିପାରିନଥିଲେ। ତେଣୁ କୃଷି ବିଭାଗ କ୍ଷତି ଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରି ଚାଷୀ ଙ୍କୁ ସହାୟତା ଦେବାକୁ ଦାବୀ ହେଉଛି ।