୧୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ସାନ ଗୌନ୍ତିଆ ଧୂବଲ ବରିହା ଙ୍କ ପରଲୋକ ତାଙ୍କ ବାସଭବନରେ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହେଉଥିଲା । ସେ କିଛି ମାସ ଧରି ସେ କିଡନୀ ରୋଗରେ ପିଡିତ ଥିଲେ । ବିଭିନ୍ନ ସରକାରୀ ବେସରକାରୀ ଡାକ୍ତରଖାନା ଚିକିତ୍ସିତ ହୋଇଥିଲେ । ଆଜି ରବିବାର ତାଙ୍କର ବିୟୋଗ ଖବର ମିଳିବା ପରେ ତାଙ୍କର ଗାଁ ସ୍ଥିତ ବାସଭବନକୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ଗାଁ ର ପ୍ରତ୍ୟେକ ଯାନୀ ଯାତ୍ରା ପର୍ବ ପର୍ବାଣୀ ,
ଗାଁ ରେ ଅନୁଷ୍ଠିତ ନାମ ଯଜ୍ଞ ରେ ଦୀର୍ଘ ବର୍ଷ ଧରି କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ରେ ଜଡିତ ରଖି କାର୍ଯ୍ୟ ତୁଲାଇଇ ଆସୁଥିବା ବେଳେ, ମୃଦଙ୍ଗ ବାଦକ ଭାବରେ ମଧ୍ୟ ଜଣାଶୁଣା ଥିଲେ । ତାଙ୍କର ପଛରେ ସ୍ତ୍ରୀ ସୁକାନ୍ତି , ବଡ଼ ପୁଅ ଶ୍ରବଣ କୁମାର ,ସାନ ପୁଅ ଚମ୍ପେଶ୍ଵର , ବୋହୂ ପାଞ୍ଚାଳୀ ,ଦୁଶିଲା , ଝିଅ ମଧୁମିତା ,ଜ୍ଜାଇ ଅନ୍ତ , ନାତୀ ରାହୁଲ , ନାତୁଣୀ ଚନ୍ଦ୍ରାବତୀ ,ଅନୁସ୍କା , ରୀନୁ ,ଡଲି ,ଅନୁ ଙ୍କ ସହ ଗୌନ୍ତିଆ ପରିବାର ଙ୍କ ସହ ଭାଇ ବନ୍ଧୁ ବର୍ଗ ଙ୍କୁ ଛାଡି ଚାଲିଯାଇଛନ୍ତି ।ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ବଡ଼ ପୁଅ ଶ୍ରବଣ କୁମାର ପୂର୍ବଜ ପରମ୍ପରା ଅନୁସାରେ ମାଟି ଅର୍ପଣ କରିଥିଲେ.