୧୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ମତଦାତା ଏବଂ ଶତକଡା ୪୦ ଭାଗ୍ୟରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନେ ଦ୍ଵାର ଦେଶରେ କିପରି ଭାବରେ ମତଦାନ ସାବ୍ୟସ୍ତ କରିବା ରେ ଯେପରି ବଞ୍ଚିତ ନ ହୁଅନ୍ତି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଏନେଇ ପାଟଣାଗଡ଼ ବ୍ଳକ ଯୋଗିମୁଣ୍ଡା ସ୍ଥିତ ଆଇଟିଆଇ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଜିଲାପାଳ ଗୌରବ ସିବାଜି ଇସରୱ।ଲ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଉପଜିଲ୍ଲାପାଳ ଅଜିତ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ମତଦାନ ଉପରେ ଏକ ସ୍ଵତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପାଟଣାଗଡ଼ ନିବାର୍ଚନ ରେ ମଣ୍ଡଳୀ ର ପାଟଣାଗଡ଼, ବେଲପଡା ,ଖପ୍ରାଖୋଲ ଆଦି ତିନୋଟି ବ୍ଳକ ର ବିଡ଼ିଓ ସୁମନ୍ତ ମିଞ୍ଜ , ରାଜେଶ କୁମାର ମେହେର, ବିବେକାନନ୍ଦ ଷଡ଼ଙ୍ଗୀ , ତହସିଲଦାର ରୁଦ୍ରମଣି ନାଏକ, ,ଆଦିତ୍ୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୁଥ ଲେବେଲ ଅଧିକାରୀ (ବିଏଲଓ ) ସୁପରଭାଇଜର , ଏବଂ ସେକ୍ଟର ଅଫିସର ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ଶିକ୍ଷା ବିଭାଗ, କୃଷି ବିଭାଗ ,
ରାଜସ୍ବ ବିଭାଗ , ପଞ୍ଚାୟତ ରାଜ ବିଭାଗର ଆଦି ସମସ୍ତ ବିଭାଗର ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ କର୍ମଚାରୀ ଅଧିକାରୀ ମାନେ ଉପସ୍ଥିତ ରହି ଇଭିଏମ ମେସିନ୍ କିପରି ଚାଳୁ କରାଯିବ । ମତଦାତା ମାନେ କିପରି ନିର୍ଭୁଲ ଭାବରେ ମତଦାନ ସାବ୍ୟସ୍ତ କରିବେ ସେ ଉପରେ ତାମିଲ ଦାତ ଙ୍କ ଠାରୁ ତାଲିମ ଗ୍ରହଣ କରିବା ସହ ଏକ ମଡେଲ ବୁଥ ମାଧ୍ୟମରେ ମତଦାନ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିର ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉପଜିଲ୍ଲାପାଳ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।