ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ଜଙ୍ଗଲ ପରିବେଶ ସୁରକ୍ଷା ସଚେତନତା ଶିବିର ଆୟୋଜିତ

୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କାଳିମେଳା :-> ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ କାଳିମେଳା ଵନାଞ୍ଚଳ କାର୍ଯ୍ୟାଳୟ ପରିସର ଠାରେ ଆଜି ଜଙ୍ଗଲ,ଜୀବ ଜନ୍ତୁ,ପକ୍ଷୀ ସୁରକ୍ଷା ଓ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ପାଇଁ କାଲିମେଳା ବନାଞ୍ଚଳ ପକ୍ଷରୁ ବନକର୍ମଡାରୀ, ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି ସଭ୍ୟଙ୍କୁ ନେଇ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ସଭାରେ କାଳିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ଟଙ୍କଧର ଦାସ ସଭାପତିତ୍ବ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଏସିଏଫ ଶ୍ରୀମତୀ ମନସୁନ ଖେମୁଣ୍ଡୁ ଯୋଗ ଦେଇ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା , ଜଙ୍ଗଲ ରେ ନିଆଁ ନ ଲଗାଇଵା ସହ ବେଣ୍ଟ ଶିକାର ନ କରିବା ପାଇଁ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୃଷ୍ଟି ଅନୁଷ୍ଠାନ ସଂଯୋଜକ ବି ଶ୍ରୀନିବାସ ପାତ୍ର ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଓ ସଚେତନତାର ବାର୍ତା ବାଣ୍ଟି ଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଗ୍ନିଶ୍ରମ ଅଧିକାରୀ ଶ୍ରୀ ଗୁପ୍ତେଶ୍ୱର ଦାସ, ସ୍ବାସ୍ଥ୍ୟ ଅଧିକାରୀ ମୁକ୍ତିକାନ୍ତ ମଲ୍ଲିକ ଓ କେନ୍ଦୁପତ୍ର ରେଞ୍ଜର ଉପସ୍ଥିତ ରହି ଜଙ୍ଗଲ ନିଆଁ ଓ ପରିବେଶ ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।