ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଦାନନ୍ଦ ପୂଝାରି ଥାନା ଘେରାଉ ନ କରିବା ସହ ସଂଘ ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ଚା ପାଣି ଖାଇ ଫେରିଯିବା ଫୋନ କହିବା କେତେଦୂର ଯୁକ୍ତିଯୁକ୍ତ ଓ ପୁଲିସ କାର୍ଯ୍ୟ କଳାପ କୁ ସଂଦେହ ସୃଷ୍ଟି କରୁଛି : ଆଦିବାସୀ କଲ୍ୟାଣ ସଂଘ ।
୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ :-> ଲାରମ୍ଭା ଥାନା ଅନ୍ତର୍ଗତ ଉଜଳ ବରିହା ହତ୍ୟା କରି କୁ ଗିରଫ ଦାବିରେ ଲରମ୍ଭା ଥାନା ଘେରାଉ କଲା ଆଦିବାସୀ କଲ୍ୟାଣ ସଂଘ ।ପାଟଣାଗଡ଼ ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଳକ ଲରମ୍ଭା ଥାନା ଘେରାଉ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସ୍ଥାନୀୟ ହାଟ ପଦା ଠାରେ ଶତାଧିକ ଅଧିବାସୀ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ l ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ଙ୍କ ନେତୃତ୍ୱରେ ଏକ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ଯାତ୍ରା ବାହାରି ଗାଁ ପରିକ୍ରମା କରିବା ସହ ଥାନା କୁ ପହଂଚି ଥାନା ଭିତରୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ବିରୋଧ ରେ ଲରମ୍ଭା ପୁଲିସ ଲାଞ୍ଚୁଆ ପୁଲିସ ହାଏହାଏ , ଶଙ୍ଖା ସିନ୍ଦୂର ଧାରେ ଲରମ୍ଭା ପୁଲିସ କୁ କରିମା ବେଶ ,ଆଦି ନାରାବାଜି ଦେଇଥିଲେ ।
ଥାନା ସମ୍ମୁଖରେ ଧାରଣା ଦେବା ସହ ଏକ ପ୍ରତିବାଦ ସଭା କରିଥିଲେ । ଫଟାମୁଣ୍ଡା ଗାଁ ର ଉଜ୍ଜ୍ୱଳ ବରିହା ଙ୍କ ମୃତଦେହ ଗତ ଫେବୃଆରୀ ୮ ତାରିଖ ଗୋପିନାଥ ସାହୁ ଙ୍କ ବାରିପଡେ ଥିବା କୂଅରୁ ପୁଲିସ ଉଦ୍ଧାର କରିଥିଲା । ଏ ନେଇ ଉଜ୍ଜ୍ୱଳ ବରିହା ଙ୍କୁ ଗାଁ ପ୍ରମୋଦ ବହିଦାର , ଘନଶ୍ୟାମ ଦାସ ,ଗୌତ୍ତମଭୁକ୍ତା , ଗୋପିନାଥ ସାହୁ , ଗୋପାଳ ସାହୁ , ବିପିନ ସାହୁ ,ବିରାଟ ସାହୁ , କରମ ବିଶ୍ଵାଳ , ଗୁପ୍ତେଶ୍ୱରୀ ବିଶ୍ଵାଳ , ଧର୍ମ ରାଜ ସାହୁ ,,ନୃପରାଜ ସାହୁ , ବିହାରୀ ସାହୁ ମିଶି ଯୋଜନା ବଦ୍ଧ ଭାବରେ ହତ୍ୟା କରିଥିବା ମୃତ ଉଜ୍ଜ୍ୱଳ ବରିହା ଙ୍କ ସ୍ତ୍ରୀ ମୋହିନୀ ବରିହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏନେଇ ଥାନା ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଚୁପଚାପ୍ ବସି ପଡ଼ିଥିଲା । ପୁଲିସ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଦିନ ବିତି ଯାଇଥିଲେ ମଧ୍ୟ ଉଜ୍ଜ୍ୱଳ ବରିହା ଙ୍କ ହତ୍ୟା କାରୀ ମାନଙ୍କୁ ଗିରଫ ନକରି ମୋଟା ଅଙ୍କର ଲାଞ୍ଚ ଖାଇ ସଂପୃକ୍ତ ହତ୍ୟାକାରୀ ମାନଙ୍କୁ ଘଣ୍ଟଘୋଡାଉଥିବା ବେଳେ ଅଭିଯୁକ୍ତ ମାନେ ଖୁଲୁମଖୋଲା ଭାବରେ ବୁଲୁଛନ୍ତି । ପୁଲିସ କାର୍ଯ୍ୟ କଳାପ କୁ ସଂଦେହ କରୁଛି ବୋଲି ଆଦିବାସୀ ସଂଘ ର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ଦୃଢ଼ ନିନ୍ଦା କରିବା ସହ ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଦାନନ୍ଦ ପୂଝାରି ଥାନା ଘେରାଉ କରିବା ପୂର୍ବ ଦିନ ସନ୍ଧ୍ୟାରେ ଫୋନ ଯୋଗେ ଘେରାଉ ନ କରିବା ପାଇଁ ମନା କରିବା ସହ କରିବା ସହ ସଂଘ ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିବା ସହ ତ
ଚା ପାଣି ଖାଇ ଫେରିଯିବେ ବୋଲି ହସିହସି କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ଭୋଇ କହିଛନ୍ତି । । ଆଜି ସନ୍ଧ୍ୟା ସୁଦ୍ଧା ହତ୍ୟାକାରୀକୁ ଗିରଫ ନକଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ପାଟଣାଗଡ଼ ଆଦିବାସୀ କଲ୍ୟାଣ ସଂଘ ବ୍ଳକ ସଭାପତି ଭୂବନେଶ୍ଵର କୁଅଁର ,ବେଲପଡା ବ୍ଳକ ସଭାପତି ରସିକ ଧରୁଆ , ଉପଦେଷ୍ଟା ଧବଳେଶ୍ଵର ଭୋଇ , ପାଟଣାଗଡ଼ ବ୍ଳକ ଆବାହକ ଗୌରାଙ୍ଗ ବରିହା ଙ୍କ ସମେତ ମୂରଲି ଭୁଏ, ପିଣ୍ଟୁ ବୁଡେକ , ସହଦେବ ଧରୁଆ, ମଙ୍ଗୁଲୁ ଭୂଏ ,ସାନ ଭୁଏ ,ସାନ ଭୋଇ , ଜଳ ଧରୁଆ , ରମେଶ କୁମୁରା ,
ମଙ୍ଗୁଲୁ ବରିହା ,ମଦନ ମାଝୀ , ନାରାୟଣ ଡୁଡୁକା , ବଲ୍ଲଭ ଧରୁଆ , ଗୋପାଳ ବରିହା , ଦାମୋଦର ରାଉତ , ତ୍ରିଲୋଚନ ବରିହା , ଯୁବରାଜ ବରିହା , ଦାରା ସିଂ ବରିହା,ଚକ୍ର ବରିହା , ଗୁଣନିଧି ବରିହା ,ଝେକୃ ଭୂଏ ,ଅରୁଣ ଧରୁଆ , କିଶୋର ବରିହା , ରଞ୍ଜିତ ବରିହା , ମୋହିନୀ ବରିହା , ବିନୋଦିନୀ ବରିହା , ପ୍ରେମ ବରିହା , ସୁମିତ୍ରା ବିଶ୍ଵାଳ, କସ୍ତୁରୀ ବରିହା ,ଖାଡିଆ ବରିହା ,ହାଡୁ ବରିହା , ନବୀନ ଭୂଏ ପ୍ରମୁଖ ସହ ଶତାଧିକ ଆଦିବାସୀ ମହିଳା ପୁରୁଷ ଯୋଗକରିଥିଲେ ।