୧୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଲାଙ୍ଗୀର :-> ବଲାଙ୍ଗୀର ସ୍ଥାନୀୟ ବ୍ଲଡ ବ୍ୟାଙ୍କରେ ରକ୍ତଦାନ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ସଚେତନତା ଶିବିର ସହଯୋଗ ଫାଉଣ୍ଡେସନ ତରଫରୁ ଆୟୋଜନ କରିଥିଲା। ଏହି ଶିବିରରେ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ଏସଡିଓ ଜ୍ୟୋର୍ତିର୍ମୟୀ ଭୁକ୍ତା ଯୋଗଦେଇ ପ୍ରତ୍ୟେକ ରକ୍ତଦାତା ଦେଶର ଜଣେ ଯୋଦ୍ଧା ଅଟନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି। ଭାବରେ ଯୋଗ ଶିକ୍ଷକ ସୁଶ୍ରୀ ସୁଜତା ଡିସ୍ରି ଯୋଗଦେଇ ରକ୍ତଦାନ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ସୁଖ ମିଳିଥାଏ ବୋଲି କହିଥିଲେ ।
ଏହି ଶିବିର ସ୍ୱାସ୍ଥ୍ୟ ଏବଂ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଲୋକଙ୍କୁ ରକ୍ତଦାନର ମହତ୍ୱା ବିଷୟରେ ଅବଗତ କରାଇବାରେ ସାହାଯ୍ୟ କରିବ | ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ ପାଇଁ ରକ୍ତଦାନ ଶିବିର ଆୟୋଜନ ଗୁରୁତ୍ୱପୂର୍ଣ୍ଣ ଅଟେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକତାକୁ ପୂରଣ କରିବା | ରକ୍ତଦାନ ଶରୀରରେ ନୂତନ ରକ୍ତ ସୃଷ୍ଟି କରେ ଏବଂ ଏହା ଏକ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ରକ୍ତ ଦାନ ଶିବିରଗୁଡିକ ନିୟମିତ ଭାବରେ ସଂଗଠିତ ହେବା ଉଚିତ ଯାହା ଲୋକଙ୍କ ମଧ୍ୟରେ ରକ୍ତଦାନ ବିଷୟରେ ସଚେତନତା କରିଥାଏ ଏବଂ ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥାନ୍ତି।
ଆଜିର ରକ୍ତଦାନ ଶିବିରକୁ ସଫଳ କରିବାରେ ଆର୍ତ୍ତନତ୍ରାଣ ପାଢ଼ୀ, ପ୍ରଭାତ ଶ୍ରୀବାସ୍ତବ, ସୁଦୀପ ତ୍ରିପାଠୀ, ତୋଫାନ୍ ପାତ୍ର,ସନ୍ତୋଷ ଲାଲ , ନାସିର ଖାନ୍, ଦୀପକ ଜୈନ, ରାମ ନାରାୟଣ ଦାଶ ଏବଂ ସମସ୍ତ ବ୍ଲଡ ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସହଯୋଗ ଫାଉଣ୍ଡେସନ ସମ୍ପାଦିକା ପିଙ୍କି ମୋଦୀ ମତପ୍ରକାଶ କରିଛନ୍ତି ।