୧୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ପାଟଣାଗଡ ଏନ୍ଏସି ସ୍ଥିତ ଗଡଭିତର ଯାତ୍ରାପଡିଆ ଠାରେ ଐତିହାସିକ ଶୈବପିଠ ହରିଶଙ୍କର ବିକାଶ ରୁପାନ୍ତିକରଣ କାର୍ଯ୍ୟକ୍ରମର ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ ମେହେର , ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୈ।ରବ ଶିବାଜି ଇସଳୱ।ର ଓ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଶିକେଶ ଧନାନ୍ଦେଓ, ଉପଜିଲ୍ଲାପାଳ ଅମିତ ନାୟକ, ଏସଡିପିଓ ସଦାନନ୍ଦ ପୁଝାରୀ ପ୍ରମୁଖ ଯୋଗଦେଇଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଓ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଙ୍କ ତତ୍ବାବଧାନରେ ୫୪ କୋଟି ଟଙ୍କାବ୍ୟୟ ଅଟକଲରେ ଚାଲିଥିବା ଏହି ରୁପାନ୍ତିକରଣ କାର୍ଯ୍ୟକ୍ରମର ୨୭.୪ କୋଟିର ଐତିହାସିକ ଶୈବ୍ୟପିଠ ହରିଶଙ୍କରର ରୁପାନ୍ତରିକରଣ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ ହୋଇଯାଇଛି । ଶୈବପିଠ ହରିଶଙ୍କରର ଶୁଭ ଉଦ୍ଘାଟନ ହେବାଦ୍ବାରା ଅଞ୍ଚଳର ବିକାଶ ସହ ସେଠାକାର ଳୋକମାନେ ନିଜର ଜିବିକା ନିର୍ବାହ କରିପାରିଛନ୍ତି ।
ଆଗାମୀ ଦିନେରେ ସମଲେଶ୍ଵରୀ, ପାଟଣେଶ୍ଵରୀ ଓ କୁଶଲେଶ୍ଵର ମନ୍ଦୀର ସହ ଗଡଭିତର ଯାତ୍ରାପଡିଆର ବିକାଶ ମଧ୍ୟ କରାଯିବବୋଲି ବିଧାୟକ ଶ୍ରୀ ମେହେର ତାଙ୍କ ବକ୍ତବ୍ୟରେ କହିଥିଲେ । ଏହା ସମେତ ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ ,ପାନୀୟଜଳ ସମସ୍ୟା, ବସଷ୍ଟାଣ୍ଡର ଉନ୍ନତିକରଣ,ନୂତନ ହସ୍ପିଟାଲ ଓ ଏନ୍ଏସି ,୬ ଗୋଟି କଲେଜ ସମେତ ଆଇଟିଆଇ କଲେଜ , ନୂତନ ପାର୍କ ପ୍ରଭୁତିର ବିକାଶ ହୋଇଥିବାବେଲେ ଆଗାମୀ ଦିନରେ ଖପ୍ରାଖୋଲ ଓ ବେଳପଡାରେ ନୂତନ ଭାବରେ ଜେଏମସି କୋର୍ଟ ସ୍ଥାପନ କରାଯିବ ।
ହରିଶଙ୍କରର ବିକାଶହେବା ଯୋଗୁଁ ସାରାଵିଶ୍ଵରୁ ଆସୁଥିବା ପର୍ଯ୍ୟଟକମାନଙ୍କର ସୁବିଧା ହୋଇପାରିଛି । ଏଥିପାଇଁ ବିଧାୟକ ଶ୍ରୀ ମେହେର ସାରା ନିର୍ବାଚନ ମଣ୍ଡଳୀ ସହ ବଲାଙ୍ଗୀର ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଓ ଖପ୍ରାଖୋଲ ବ୍ଲକର ସମସ୍ତ ଅଧିକାରୀ , ସ୍ଵଂୟସହାୟକ ଗୋଷ୍ଠୀରମହିଳା ,ସହରର ମାନ୍ୟଗଣ୍ୟବ୍ୟକ୍ତି,ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିବାବେଲେ ଆଇନ୍ ସୃଖଂଳା ଦୃଷ୍ଟିରୁ ପୁଲିସ ପକ୍ଷରୁ ସୁବ୍ୟବସ୍ଥା କରାଯାଇଥିଲା ।