No Result
View All Result

୧୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଯୋଡା ପୌରାଞ୍ଚଳର ଅଡିଟୋରିୟମ ଠାରେ ବିଶ୍ବ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଯୋଗ ଦେଇଥିବା ସ୍ଥଳେ ସମ୍ମାନୀତ ଅତିଥି ଭାବରେ ଯୋଡା ଉପାଧ୍ୟକ୍ଷା ସଂନ୍ଧ୍ୟା ପାତ୍ର,ସୁସାନ୍ତ ବାରିକ,

ବାବୁଲାଲ ସାହୁ ସମେତ ସମସ୍ତ କାଉସିଲର ଯୋଗ ଦେଇଥିଲେ ।ମହିଳା ମାନଙ୍କର ସାମଗ୍ରିକ ବିକାଶ କିପରି ହୋଇ ପାରିବ ଯେପରି ସାମାଜିକ,ଆର୍ଥିକ,ରାଜନୈତିକ କ୍ଷେତ୍ରରେ ମହିଳା ମାନଙ୍କର ଭାଗୀଦାରି ବଢିଲେ ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତ ତାଙ୍କ ଅଭିଭାଷଣରେ କହିଥିଲେ ।

ଏହି ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଡା ପୌରାଞ୍ଚଳର ସମସ୍ତ ୧୪ଟି ୱର୍ଡରୁ ୮ଶହ ମହିଳା ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା ।ସହିପରି ଯୋଡା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ମଧ୍ୟ ମା ଅମ୍ବିକା ସ୍ବୟଂ ସହାୟିକା ଗଷ୍ଠୀର ମହିଳା ମାନଙ୍କ ଦ୍ବାରା ଏହି ବିଶ୍ବ ମହିଳା ଦିବସ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ,ସମ୍ମାନୀତ ଅତିଥି ଭାବରେ ଡ.ପଦ୍ମ ଶ୍ରୀ ତୁଳସୀ ମୁଣ୍ଡା ସମେତ ପାଖାପାଖି ୭ଶହ ମହିଳାଙ୍କ ସମାଗମ ହୋଇଥିଲା ।



No Result
View All Result