9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପୁରୀ :-> ପୁରୀ ଜିଲ୍ଲା ସ୍ଥିତ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଓଟରକେରା ୟୁଜି, ୟୁପି ବିଦ୍ୟାଳୟର ଛାତ୍ର ଶ୍ରୀମାନ ତରୁଣକାନ୍ତ ସ୍ୱାଇଁ (ଲୁଡୁ) ୨୦୨୩-୨୪ ଶିକ୍ଷା ବର୍ଷ ର ସପ୍ତମ ଶ୍ରେଣୀ ଏନଏମଏମଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରି ବାପା ମାଆ ଙ୍କ ପାଇଁ ଗର୍ବ ଆଉ ଗୌରବ ଆଣି ଦେଇଛନ୍ତି ।ଉକ୍ତ ଛାତ୍ର ଓଟରକେରା ନିବାସୀ ଶ୍ରୀଯୁକ୍ତ ତ୍ରିନାଥ ସ୍ୱାଇଁ ଓ ଶ୍ରୀମତୀ ସବିତା ସ୍ୱାଇଁ ଙ୍କ କନିଷ୍ଠ ପୁତ୍ର ଅଟନ୍ତି । ପିତାମାତା , ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଆଶୀର୍ବାଦ ଓ ନିଜର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି କୃତିତ୍ଵ କରିପାରିଛନ୍ତି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି । ଆଗକୁ ଏଭଳି ଅକ୍ଲାନ୍ତ ପରିଶ୍ରମ ବଳରେ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।