୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନ :-> ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ଵର ମନ୍ଦିର ରେ ସହସ୍ରାଧିକ ଭକ୍ତ ଜାଗର ପାଳି ଦୀପ ଜାଳିଥିଲେ। ପ୍ରାତଃ ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିବା ସହ ନିଜର ତଥା ନିଜ ପରିବାର ର ମଙ୍ଗଳ କାମନା କରି ଦୀପ ଜାଳିଥିଲେ ।ସନ୍ଧ୍ୟା ପରଠାରୁ ମନ୍ଦିର ପରିସରରେ ଧୀରେ ଧୀରେ ଭକ୍ତଙ୍କ ଭିଡ ବଢିଥିଲା ଓ ମନ୍ଦିର ଚତୁପାର୍ଶ୍ଵରେ ଶୈବ ଭକ୍ତ ମାନେ ଦୀପ ଜାଳି ନିଷ୍ଠାର ସହ ବସି ରହିଥିଲେ ।
ମନ୍ଦିର ପରିଚାଳନା କମିଟି ତରଫରୁ ଜାଗର ଯାତ୍ରା କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି । ମୁଖ୍ୟ ପୁରୋହିତ ଙ୍କ ତତ୍ତ୍ଵାବଧାନରେ ରାତ୍ର ସାଢେ଼ ୩ ଘଟିକା ସମୟରେ ମହାଦୀପ ଉଠିବ ବୋଲି ଚୁଡାନ୍ତ ହୋଇଛି । ବାଲୁକା ଶିଳ୍ପୀ ଜ୍ୟୋତିଷ କୁମାର ସାହୁ ଙ୍କ ଦ୍ଵାରା ମୁରୁଜ ରେ ଶିବ ପାର୍ବତୀ ଙ୍କ ଜୀବନ୍ତ ପ୍ରତିମା ବେଶ୍ ଆକର୍ଷଣୀୟ ହୋଇଛି । ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ଙ୍କ ତତ୍ତ୍ଵାବଧାନରେ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେଉଛି ଓ କମିଟି ର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।
ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଭୁବନ ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନୁରୂପ ଭାବେ ଭୁବନ ଛତାମଠ ପରିସରରେ କାଶୀ ବିଶ୍ଵନାଥ,ନୁଆଭୁବନ ଶିବ ମନ୍ଦିର ସମେତ ବ୍ଲକର ନିଳକଣ୍ଠପୁର ସ୍ଵପ୍ନେଶ୍ୱର ମନ୍ଦିର, ଯମୁନାକୋଟ ର ଜମୁନେଶ୍ୱର ,ଓଡ଼ିଶ ର ଝରନେଶ୍ୱର ଶିବ ମନ୍ଦିର, ବ୍ରହ୍ମକୁଣ୍ଡ,ଚର୍ଚ୍ଚିକା ପୀଠ, ଜିରାଳ ର ଜଳେଶ୍ଵର ପ୍ରଭୃତି ଶିବ ମନ୍ଦିର ରେ ଜାଗର ପାଳିତ ହୋଇଯାଇଛି।