• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ୨୦୨୪-୨୫ ପାଇଁ ନୂତନ କର୍ମକର୍ତା ନିଯୁକ୍ତ

Proprietor Abhimanyu Maharana by Proprietor Abhimanyu Maharana
March 7, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ୨୦୨୪-୨୫ ପାଇଁ ନୂତନ କର୍ମକର୍ତା ନିଯୁକ୍ତ
Share on FacebookShare on TwitterWhatsapp

୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଏସଏନଏମ ଗ୍ରୁପ ଅଧ୍ୟକ୍ଷ ଡା. ପ୍ରଦୀପ ମହାନ୍ତି ୨୦୨୪-୨୫ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବାବେଳେ ଆଲୁମିନିୟମ ସେକ୍ଟର ସିଓଓ ତଥା ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାର ଲିମିଟେଡର ସିଇଓ ଶ୍ରୀ ସୁନୀଲ ଗୁପ୍ତାଙ୍କୁ ଉପାଧ୍ୟକ୍ଷ ଭାବେ ନାମିତ କରାଯାଇଛି । ୫ ମାର୍ଚ୍ଚ ୨୦୨୪ରେ ଭୁବନେଶ୍ୱର ଠାରେ ଆୟୋଜିତ ସିଆଇଆଇ ଓଡ଼ିଶା ରାଜ୍ୟ ବାର୍ଷିକ ଦିବସ ୨୦୨୩-୨୪ରେ ସେମାନଙ୍କ ନାମ ଘୋଷଣା କରାଯାଇଛି । ଖଣି, ଉତ୍ପାଦନ, ଶକ୍ତି, ଭିତିଭୂମି ବିକାଶ ଓ ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଡା. ପ୍ରଦୀପ ମହାନ୍ତି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ।

ନ୍ୟାସନାଲ ପ୍ରଡକ୍ଟଭିଟି କାଉନସିଲ (ଏନପିସି)ରେ ବରିଷ୍ଠ ଡେପୁଟି ଡାଇରେକ୍ଟର ଭାବେ ୨୧ବର୍ଷ କାର୍ଯ୍ୟ ସମ୍ପାଦନ କରିଥିବା ଡା. ମହାନ୍ତି ସମ୍ମାନଜନକ ‘ଡକ୍ଟରେଟ’ ସମେତ ଅନେକ ପୁରସ୍କାର ଏବଂ ପ୍ରଶଂସା ହାସଲ କରିଛନ୍ତି । ସେ ସ୍ପଞ୍ଜ ଆଇରନ ମାନ୍ୟୁଫାକଚରିଙ୍ଗ ଆସୋସିଏସନର ଜଣେ ଗଭର୍ଣ୍ଣିଂ ବିଭାଗ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ସ୍ପଞ୍ଜ ଆଇରନ ମାନ୍ୟୁଫାକ୍‌ଚରର୍ସ ଆସୋସିଏସନର ଅଧ୍ୟକ୍ଷ ଏବଂ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ସମେତ ସମ୍ମାନଜନକ ପଦବୀରେ କାର୍ଯ୍ୟ କରିଛନ୍ତି । ସମାଜସେବା ପ୍ରତି ତାଙ୍କର ସମର୍ପଣ, ଗତିଶୀଳତା ପ୍ରଦର୍ଶନ, ନିରନ୍ତର ଉଦ୍ଭାବନ ଏବଂ ଅସାଧାରଣ ଫଳାଫଳ ହାସଲ ପାଇଁ ଜଣାଶୁଣା ଡା ମହାନ୍ତି ଉଭୟ ଉଦ୍ୟୋଗ ଓ ସମୁଦାୟ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଉଦାହରଣ ଦେଇଛନ୍ତି ।

ଶ୍ରୀ ସୁନୀଲ ଗୁପ୍ତା ଝାରସୁଗୁଡ଼ା, ଲାଞ୍ଜିଗଡ଼ ଠାରେ ରହିଥିବା କମ୍ପାନୀର ଆଲୁମିନିୟମ ବ୍ୟବସାୟ ସମେତ ଖଣି ବ୍ୟବସାୟରେ ରଣନୈତିକ ପରିଚାଳନା ଦାୟୀତ୍ୱରେ ଅଛନ୍ତି । ୨୯ବର୍ଷରୁ ଅଧିକ ସମୟର ବିବିଧ ଅଭିଜ୍ଞତା ସହିତ ସେ ବେଦାନ୍ତ ଆଲୁନିମିୟକକୁ ଉଲ୍ଲେଖନୀୟ ବୃଦ୍ଧି ଏବଂ ପରିଚାଳନା ଦକ୍ଷତା ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୂଲାଇଛନ୍ତି ଏବଂ କମ୍ପାନୀକୁ ଭାରତର ବୃହତମ ଆଲୁମିନିୟମ ନିର୍ମାତା କମ୍ପାନୀ ଭାବେ ପ୍ରତିଷ୍ଠିତ କରିଛନ୍ତି । ତାଙ୍କର ଧ୍ୟାନର ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ଉତ୍ପାଦନ ବୃଦ୍ଧି, ବକ୍ସାଇଟ ଏବଂ କୋଇଲା ଉତ୍ସର ଉପଲବ୍ଧତା ବୃଦ୍ଧି, ମୂଲ୍ୟ ଯୋଗ କରିବା ପାଇଁ ଟେକ୍ନୋଲୋଜି ଗ୍ରହଣ,

ଅଙ୍ଗାରକାମ୍ଳ ହ୍ରାସ ଏବଂ ସମସ୍ତ ପରିଚାଳନାଗୁଡ଼ିକରେ ପରିବେଶଜନିତ, ସାମାଜିକ ଏବଂ ଶାସନ(ଇଏସଜି)ର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ଆଦି ସାମିଲ ରହିଛି । ଶ୍ରୀ ଗୁପ୍ତାଙ୍କ ଦୃଢ଼ ନେତୃତ୍ୱ ଅଧିନରେ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କର ଆଭିମୁଖ୍ୟରେ ପ୍ରତିବଦ୍ଧତା ମୂଳରେ ରହିଛି । ସିଆଇଆଇ ଓଡ଼ିଶା ପକ୍ଷରୁ ଏହାର ବାର୍ଷିକ ବୈଠକରେ ଆୟୋଜିତ ‘ଓଡ଼ିଶା: ଏକ ଦୃତ ଅଭିବୃଦ୍ଧିପଥରେ ସୁଯୋଗର ସନ୍ଧାନ’ ଶୀର୍ଷକ ଅଧିବେଶନରେ ରାଜ୍ୟ ସରକାରଙ୍କ ଇପିକଲ ପରିଚାଳନା ନିର୍ଦ୍ଦେଶକ ଆଇଏଏସ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ ନିବେଶକମାନଙ୍କୁ ଏହି ଉପଯୁକ୍ତ ମୂହୁର୍ତର ଲାଭ ଉଠାଇବା ଲାଗି ଅୁନରୋଧ କରିଛନ୍ତି । ଆନୁଷଙ୍ଗିକ ଉଦ୍ୟାଗ ଠାରୁ ଆରମ୍ଭ କରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ସେ ଆହୁରି ମଧ୍ୟ କହିଛନ୍ତିଯେ, ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣା ପ୍ରଭାବରେ ଅନେକ ଶିଳ୍ପ ସଂସ୍ଥା ନିଜର ଉପସ୍ଥିତିର ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି । ସେମାନେ ମୁଖ୍ୟତଃ ସମୁଦ୍ର ଉପକୂଳ ଅଂଚଳକୁ ନିଜର ସମ୍ପ୍ରସାରଣ ଓ ନୂତନ କାରଖାନା ସ୍ଥାପନ କରିବା ଲାଗି ଭାବୁଛନ୍ତି । ଏହା ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି । ରାଜ୍ୟରେ ଥିବା ବିସ୍ତୃତ ବେଳାଭୂମି ଓ ବ୍ୟାପକ ବନ୍ଦର ନେଟୱର୍କ ସେଭଳି ଶିଳ୍ପ ସଂସ୍ଥାଙ୍କୁ ଆକୃଷ୍ଟ କରିବା ଲାଗି ଅନୁକୂଳ ପରିବେଶ ପ୍ରଦାନ କରୁଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ଉପକୂୂଳବର୍ତୀ ଅଂଚଳରେ ବ୍ୟାପକ ଶିଳ୍ପାୟନ ଦେଖିବାକୁ ମିଳିବ ବୋଲି ସେ ଅନୁମାନ କରିଛନ୍ତି ।

ଦୃଢ଼ ଭିତିଭୂମିର ପ୍ରଶଂସା କରି ସିଆଇଆଇ ଓଡ଼ିଶା ପୂର୍ବାଂଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଶିବ ସିଦ୍ଧାନ୍ତ ନାରାୟଣ କୌଲ କହିଛନ୍ତି ଯେ ରାଜ୍ୟକୁ ଏକ ମାନୁଫାକଚରିଂ ହବରେ ପରିଣତ କରିବା ଲାଗି ସରକାର କରୁଥିବା ଉଦ୍ୟମ ଫଳପ୍ରଦ ହେବ । ଅନୁକୂଳ ପରିବେଶ, ସୁଲଭ ମୂଲ୍ୟରେ ଶକ୍ତି ଉପଲବ୍ଧତା ଏବଂ ଦକ୍ଷ ଲଜିଷ୍ଟିକ ଓଡ଼ିଶାକୁ ମାନୁଫାକଚରିଂ କ୍ଷେତ୍ରରେ ବିଶ୍ୱସ୍ତରୀୟ ସ୍ଥାନରେ ପରିଣତ କରିବାରେ ସହଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ଆର୍ସେଲର ମିତଲ ନିପନ ଷ୍ଟିଲ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଓଡ଼ିଶା ସଂପତି ପରିଚାଳନା) ଜି ସୁରେଶ କହିଛନ୍ତି ଯେ ୨୦୩୦ ସୁଦ୍ଧା ଆନୁଷଙ୍ଗିକ ଶିଳ୍ପରେ ୫୦ ପ୍ରତିଶତ ମୂଲ୍ୟଯୋଗ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଶିଳ୍ପ ସଂସ୍ଥାଗୁଡ଼ିକର ସୁବିଧା ଲାଗି ରାଜ୍ୟ ସରକାରଙ୍କ ପ୍ଲଗ୍ ଆଣ୍ଡ୍ ପ୍ଲେ ସୁବିଧାକୁ ଆଲୋକପାତ କରିଛନ୍ତି ଏବଂ ଉତ୍ପାଦନ କ୍ଷେତ୍ରରେ ପରିବେଶ ଅନୁକୂଳ ଟେକ୍ନୋଲୋଜିର ଗ୍ରହଣୀୟତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ଭିତିଭୂମି, ଟେକ୍ନୋଲୋଜି, ଷ୍ଟିଲ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରଗୁଡ଼ିକ ଉପରେ ରାଜ୍ୟର ସୁଚିନ୍ତିତ ଧ୍ୟାନକୈନ୍ଦ୍ରିକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଇଞ୍ଜିନିୟରିଂ, ଗ୍ରିନ୍ ହାଇଡ୍ରୋଜେନ ଭଳି ଉଦୀୟମାନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଧ୍ୟାନ ଆକର୍ଷଣ କରୁଛି । ଏହି ଅବସରରେ ସିଆଇଆଇ ରାଜ୍ୟସ୍ତରୀୟ କ୍ୱାଲିଟି ସର୍କଲ୍ ଏକ୍ସିଲେନ୍ସ ଓ ସିଏଚ୍‌ଇ ଆୱାର୍ଡସ୍ ୨୦୨୩ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ସଭାପତି ଓ ଗ୍ରୁପ ସିଏସଆର, ଏଜୁକେସନ, ସଷ୍ଟେନେବିଲିଟି ଓ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ପି କେ ହୋତା ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ଅଧିବଶେନ ସମୟରେ ଟାଟା ଷ୍ଟିଲ ଏସଇଜେଡ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାୟକ ଏବଂ ଜଗଦମ୍ବା ପଲିମର୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସି ପି ଭାର୍ଟିଆ ପ୍ରମୁଖ ନିଜର ମତାମତ ରଖିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026

Recent News

ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

June 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version