୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭାପୁର :-> ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବିଜିପୁର ପଞ୍ଚାୟତ ସାଇ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ବିଜେଡ଼ି ଉପସଭାପତି ଗୟାଧର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ୭୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡ଼ି ସଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ରଣସିଂହ, ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟଙ୍କ ସମେତ ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗଦେଇ ରକ୍ତଦାନ କରିଥିଲେ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଏହି ଜନ୍ମ ଜୟନ୍ତୀ ଅବସରରେ ରକ୍ତଦାତାଙ୍କ ମଧ୍ୟରେ ବିପିନ ରାଉତ, ତୋଫାନ କୁମାର ପ୍ରଧାନ, ବ୍ରଜକିଶୋର ଆଳୁକ, ବିମ୍ବାଧର ବାରିକ, ଦୀପକ କୁମାର ଜେନା, ବିଜୟ କୁମାର ସ୍ବାଇଁ, ତାରେଶ୍ୱର ମାଝୀ, ବେଣୁଧର ପଣ୍ଡା, ମାଧବ ଦାସ, ସତ୍ୟବ୍ରତ ପଣ୍ଡା, ଲୋକନାଥ ପଢ଼ିଆରୀ, ସୁବାସ ବାରିକ, ବ୍ରଜବନ୍ଧୁ ରାଉତ, ଅଖିଳ ନାୟକ, ଚନ୍ଦନ ନାୟକ, ସୁଶାନ୍ତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଗିଲୁବାସ ପରିଡା,
ରଞ୍ଜନ ନାୟକ, ଜିତୁନ୍ ପରିଡା,ଶ୍ରୀଧର ବେହେରା, ସନ୍ତୋଷ ନାୟକ, ଲକ୍ଷ୍ମୀଧର ବାରିକ, ସୁରେଶ କୁମାର ଭୋଳ, ରାକେଶ ଚନ୍ଦ୍ର ସାହୁ, ସୁଦର୍ଶନ ବେହେରା, ଚିତ୍ତରଞ୍ଜନ ବିଶ୍ଵାଳ, ଅଭିରାମ ବେହେରା, ସନ୍ତୋଷ କୁମାର ବରାଡ,ଅଖିଳ ରାଉତ, ତାରେଶ୍ୱର ନାୟକ, ପ୍ରଭାତ କୁମାର ବେହେରା, ବିକ୍ରମ ସାମଲ, ସୁକାନ୍ତ ସାମଲ, ତପନ କୁମାର ସାହୁ, ବରୁଣ ପ୍ରଧାନ ପ୍ରମୁଖ ରକ୍ତଦାନ କରି ରକ୍ତ ଅଭାବ ଶିକାର ହେଉଥିବା ଲୋକମାନଙ୍କ ପାଇଁ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ। ଶ୍ରୀ ପରିଡା ତାଙ୍କ ବକ୍ତବ୍ୟରେ କହିଥିଲେ ସମାଜରେ କୌଣସି ଲୋକ କିପରି ରକ୍ତ ଅଭାବର ଶିକାର ହୋଇ ମୃତ୍ୟୁ ବରଣ ନକରନ୍ତୁ !













