କେଭି ସିଂଦେଓ ଓ ଅର୍ଚ୍ଚନା ନାଗ ଙ୍କ ଫଟୋ ଥିବା ବେନର କୁ ନେଇ ଚର୍ଚ୍ଚା ଜୋରଧରିଲା ।
୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ଆଗମୀ ନିର୍ବାଚନ ୨୦୨୪ ସକାଶେ ଓଡିଶା ରେ ବିଧାନ ସଭା ନିର୍ବାଚନ ଓ ଲୋକସଭା ର ନିର୍ବାଚନ ପୂର୍ବ ରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳ ରେ ରାଜନୀତି ମହଲ ରେ ଉଷ୍ଣତା ଧିରେ ଧିରେ ବଢିବାରେ ଲାଗିଛି । ତେବେ ପୋଷ୍ଟର ବେନର ମାଧ୍ୟମରେ ପରୋକ୍ଷ ଭାବେ ଶୀତଲ ଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି । ପ୍ରାପ୍ତ ଖବର ରୁ ଜଣାଇଯାଏ ଯେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବର୍ଥଲା ହରିଶଙ୍କର ରାସ୍ତା କଡ ରେ ଏକ ମହୁଲ ଗଛରେ କେଭିସିଂ ଦେଓ ଓ ଅର୍ଚ୍ଚନା ନାଗ ଙ୍କ ଫଟୋ ଥିବା ଫୋଷ୍ଟର ଓ ବେନର ମରାଯାଇଥିବା ଦେଖିବାକୁ ମିଲିଛି ।
ଏହି ଫୋଷ୍ଟର ବେନର ଦେଖିବାକୁ ଲୋକଙ୍କ ଭୀଡ ଲାଗି ରହିଛି ଏବଂ ବିଭିନ୍ନ ରାଜନୈତିକ ମହଲରେ ଜୋର ଚର୍ଚ୍ଚା ବିଷୟ ପାଲଟିଛି। ଏହି ଫଟୋ ଦେଖି ଲୋକଙ୍କ ମନରେ ବିଭିନ୍ନ କଳ୍ଷନା ଜଳ୍ପନା ଲାଗି ରହିଛି। ପ୍ରକୃତ ରେ ଫଟୋ ଟି ଏପରି ଲଗାଯିବାର ଉଦ୍ଦେଶ୍ଯ କଣ ରହିଛି ବୋଲି ସାଧାରଣଜନତା ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲାକ ମେଳ ଲେଡି ଭାବେ ଅର୍ଚନା ନାଗ ଜଣାଶୁଣା ଥିବା ବେଳେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ସହ ଅର୍ଚ୍ଚନା ନାଗ ଙ୍କ ଫୋଟୋ ଥିବା ବେନର କିଏ ଓ କାହିଁକି ଏମିତି ପୋଷ୍ଟର ମାରିଲା ତାହା ଜଣାପଡିନଥିବା ବେଳେ ରାଜନୈତିକ ଉଦ୍ଧେଶ୍ୟ ରଖି ଏମିତି କାମ କରିଥିବା ଆଲୋଚନା ହେଉଛି । ଏହି ଫୋଷ୍ଟର ସୋସିଆଲ ମିଡିଆ ରେ ଜୋର ସୋର ଭାଇରାଲ ହେବାର ଲାଗିଛି । ତେବେ ଫଟୋ ନେଇ ଏହାର ତଦନ୍ତ ଆବଶ୍ୟକ ବୋଲି ବିଭିନ୍ନ ରାଜନୈତିକ ମହଲରେ ଦାବି କରାଯାଉଛି।