No Result
View All Result
୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ମଙ୍ଗଳବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ । ଏହି ମହାନ ଜନନାୟକ ତଥା ରାଷ୍ଟ୍ରବାଦୀ ନେତାଙ୍କ ଜୟନ୍ତୀକୁ ବିଜେଡି ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ଏବଂ ଜିଲ୍ଲା ସ୍ତରରେ ବିଜୁ ଜୟନ୍ତୀରେ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନ ପାଇଁ ଅଙ୍ଗିକାରବଦ୍ଧତାର ନେବେ ସଂକଳ୍ପ । ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତୀରେ ବିଜେଡି ପକ୍ଷରୁ ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ଏଭଳି ବିଶାଳ ଆୟୋଜନ କରାଯାଇଛି ।

ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଦୃଢ଼ ଶପଥ ନେବେ ଦଳର ସବୁ ନେତା ଓ କର୍ମୀ । ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିରନ୍ତର ଉତ୍ସର୍ଗ କରିବାକୁ ନେବେ ସଙ୍କଳ୍ପ । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହିତ ଓଡ଼ିଶାବାସୀଙ୍କ ନ୍ୟାଯ୍ୟ ଦାବି ହାସଲ ନିମନ୍ତେ ନିର୍ଭୀକତାର ସହିତ ସଂଗ୍ରାମ ଜାରି ରଖିବ ବିଜେଡି ।
ଓଡ଼ିଶାବାସୀଙ୍କ କଲ୍ୟାଣ ଓ ସଶକ୍ତିକରଣ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ ନିରନ୍ତର କାର୍ଯ୍ୟ କରିବା ସହିତ ଏକ ସମୃଦ୍ଧ, ସଶକ୍ତ ଓ ସ୍ମାଭିମାନୀ “ନବୀନ ଓଡ଼ିଶା” ଗଢ଼ିବା ପାଇଁ ଦୃଢ଼ ଶପଥ ନେବେ ବିଜେଡିର ସବୁ କର୍ମୀ । ବିଜୁ ଜୟନ୍ତୀ ସକାଳେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ହେବ ।

ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ ହେବ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ । ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା, କର୍ମୀ, ବିଜୁବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ,
ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ । ବିଜୁ ପଟ୍ଟନାୟକ ଓଡ଼ିଶା ବିକାଶର ବିନ୍ଧାଣି । ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ନୀତି ଓ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିକାଶରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି । ଘରେ ଘରେ ବିକାଶର ଏହି ବାର୍ତ୍ତା ପହଁଚାଇବେ ବିଜେଡି କ୍ୟାଡର ।

No Result
View All Result