୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ :-> ପାଟଣାଗଡ ଏନ୍ଏସି ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ନିଖିଳ ଓଡ଼ିଶା ମେହେର (ଭୁଲିଆ )ସମାଜ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉତ୍ସବ ଓ ମହାସଭା ଉପଲକ୍ଷେ ଜ୍ୟୋତିରଥର ଶୁଭ ଆରମ୍ଭ ହୋଇଯାଇଛି । ଏହି ଜ୍ୟୋତି ରଥକୁ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭା ଆରମ୍ଭ କରିଥିଲେ । ପ୍ରଥମେ ଶ୍ରୀ ମେହେର ରଥକୁ ପୁଜାଚର୍ଚ୍ଚାନା କରି ଶୁଭାରମ୍ଭ କରିବାପରେ ସ୍ବଭାବ କଵି ଗଙ୍ଗାଧର ମେହେରଙ୍କ ପ୍ରତିମୁର୍ତ୍ତିରେ ଫୁଲମାଳ ଅର୍ପଣକରିଥିଲେ ।
ପରେ ଜ୍ୟୋତି ରଥ ସହ ଭୁଲିଆ ସମାଜର ଶତାଧିକ ମହିଳା ଓ ପୁରୁଷ ସହରର ମୁଖ୍ୟ ରାସ୍ତା ଦେଇ ଏକ ଶୋଭାଯାତ୍ରାରେ ବାହାରି ଗଙ୍ଗାଧର ପାର୍କଠାରେ ପହଞ୍ଚି ସେଠାରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରର୍ତ୍ତିମୁର୍ତ୍ତିରେ ଫୁଲମାଳ ଅର୍ପଣ କରିଥିଲେ । ପରେ ସେଠାରେ ଅତିଥି ମାନେ ତାଙ୍କର ନିଜନିଜ ବକ୍ତବ୍ୟ ମାନ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏନ୍ଏସି ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର, ବିଜୟ ମେହେର,ଡା.ବୃନ୍ଦାବନ ମେହେର, ତେଜରାଜ ମେହେର,ରାଜେଶ ମେହେର , ପୁପ୍ପାଞ୍ଜଲି ମେହେର, ସେବତୀ ମେହେର ରୋଜି ମହେର ଙ୍କ ସହ ମାତୃଶକ୍ତି ଜାଗରଣ ମଞ୍ଚର ମହିଳାମାନେ ଓ ଭୁଲିଆ ସମାଜର ମହିଳା ଓ ପୁରୁଷ ଯୋଗଦେଇଥିଲେ ।