କେବଳ ୫ ବର୍ଷ ମଧ୍ୟରେ ଅଞ୍ଚଳର ବିକାଶ ଦିଗରେ ମୂଖ୍ୟମନ୍ତ୍ରୀ ଙ୍କ ଅବଦାନ ରହିଛି : ବିଧାୟକ ସରୋଜ
୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ପାଟଣାଗଡ଼ ବ୍ଳକ ଯୋଗିମୁଣ୍ଡା ସ୍ଥିତ ଚନାବାହାଲେନ ପଡିଆ ଠାରେ ଜୋନ ନଂ ୧୫ ସ୍ତରୀୟ ବିଜେଡି ମହିଲା ସମାବେଶ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଏଥିରେ ସମ୍ମାନୀତ ଅତିଥି ୧୪ଓ ୧୫ ଜୋନ ନଂ ଜିଲ୍ଲାପରିଷଦ ସଭ୍ୟା ବିଶେଶ୍ଵରୀ ବରିହା ଓ କସ୍ତୁରୀ ସେଠ ,ନାରୀନେତ୍ରୀ ବିଦୁସ୍ମିତା ମହାକୁଡ ,ପ୍ରଦୀପ କୁମାର ପୁରୋହିତ ,ଇନ୍ଦୁ ଭୂଷଣ ଠାକୁର , ବାସୁଦେବ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ମୂଖ୍ୟ ଅତିଥି ବିଧାୟକ ଶ୍ରୀମେହେର ମୂଖ୍ୟ ମନ୍ତ୍ରୀ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଅଭିଭାଷଣ ଦେବା ସହ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ଦୀର୍ଘ ୨୫ ବର୍ଷ ଧରି ବିଜେପି ଶାସନ କାଳରେ ଯାହା ହୋଇ ପାରିନଥିଲା କେବଳ ୫ ବର୍ଷ ଭିତରେ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ,ନୂତନ ଡାକ୍ତରଖାନା ,
ରାସ୍ତା ନିର୍ମାଣ ,ବସଷ୍ଟାଣ୍ଡ ର ଉନ୍ନତି କରଣ , ଯୋଗିମୁଣ୍ଡା ରେ ଆଇଆଇଟି କଲେଜ ,ବେଲପଡା ବ୍ଳକ କୁ ଏନଏସି ଘୋଷଣା କରିବା ସହ ଅଞ୍ଚଳର ବିକାଶ ରେ ମୂଖ୍ୟ ମନ୍ତ୍ରୀ ଙ୍କ ପ୍ରମୁଖ ଅବଦାନ ରହିଛି ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ,ସମିତି ସଭ୍ୟ ,ସ୍ବୟଂ ସହାୟିକା ଗୋଷ୍ଠି ମହିଲାଓ ମିଶନ ଶକ୍ତିର ମହିଲା ,ବିଜେଡି କର୍ମୀ ଙ୍କ ସହ ପାଖାପାଖି ୧୦ ହଜାର ଉର୍ଦ୍ଧ ମହିଲା ପୁରୁଷ ଙ୍କ ସମାଗମ ହୋଇଥିଲା ।