୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ପାଟଣାଗଡ଼ ରୁ ବାଲାଙ୍ଗୀରକୁ ଯାଉଥିବା ୪୨ ନଂବର ରାଜ୍ୟ ରାଜପଥ ଉଲବା ବସ ଷ୍ଟାଣ୍ଡଠାରୁ ଅନତି ଦୂରରେ ଥିବା ରଣା ଗ୍ୟାରେଜ ପାଖରେ ଏକ କାର ଧକ୍କାରେ ଉଲବା ଗ୍ରାମର ଦୁଇ ମାଁ ଓ ଝିଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ସେମାନଙ୍କର ଦେହର କ୍ଷତ ଵିକ୍ଷତ ଅଂଶ ଅନେକ ସ୍ଥାନରେ ପଡ଼ିରହିଛି । ମୃତ ମାଁ ଝିଅ ହେଲେ ଉଲବା ଗାଁର ସରୋଜିନୀ ଧରୁଆ (୪୫ )ଓ ତାଙ୍କ ଝିଅ ରୀତି ଧରୁଆ (୧୯ ) ବୋଲୀ ଜଣାପଡିଛି ଘଟଣା ସ୍ଥଳ ରୁ ଗାଡି ଚାଳକ କୌଶଳ କ୍ରମେ ଫେରାର ମାରୁଥିବା ବେଲେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖାଯାଇଛି। ପରେ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ଘଟଣା ସ୍ଥଳରେ ପାଟଣାଗଡ଼ ପୁଲିସ ଏସ ଡିପିଓ ସଦାନନ୍ଦ ପୁଝାରୀ ଓ ଅତିରିକ୍ତ ତହସିଲଦାର ଅର୍ଜୁନ ମାଝୀ ପହଂଚି ଆନ୍ଦୋଳନକରିଙ୍କୁ ବୁଝାସୁଝା କରୁଛନ୍ତି ।
ସୂଚନା ଅନୁସାରେ ମାଁ ସରୋଜିନୀ ଓ ଝିଅ ରୀତି ଧରୁଆ ନିଜ ଚାଷ ଜମିରୁ କାମ ସାରି ଫେରୁଥିବାବେଳେ ପାଟଣାଗଡ଼ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗର କାର OD -03-C-୨୦୪୧ ସେମାନଙ୍କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା। ଧକ୍କାଟି ଏତେ ଶକ୍ତ ଥିଲା ଯେ ଦୁଇ ମାଁ ଝିଅଙ୍କ ମୁଣ୍ଡ, ଗୋଡ, ହାତ,ଅଣ୍ଟା କ୍ଷତ ଵିକ୍ଷତ ହୋଇ ରାସ୍ତାକଡରେ ଛିଟିକି ପଡିଥିଲା । ଅପରପକ୍ଷରେ କାରଟି ଦୁର୍ଘଟଣା ସ୍ଥଳରୁ ୧୦୦ ମିଟର ଦୂରରେ ଓଲଟି ପଡି ରହିଛି । ରାସ୍ତାରୋକ ହେବା ଫଲରେ ଉଭୟ ପଟେ ସହସହ ଯାନବାହାନ ଅଟକି ରହିଥିବାବେଲେ ଯାତ୍ରିମାନେ ନାହିନଥିବାର ଅସୁବିଧା ହେଉଛନ୍ତି । ଖବର ଲେଖା ହେବା ପଯ୍ୟନ୍ତ ଆନ୍ଦୋଳନ କାରି ମାନେ ରାସ୍ତାରୋକ କରି କ୍ଷତି ପୁରଣ ଦାବିରେ ଅଡି ବସିଛନ୍ତି ।
କାର ମାଲିକ ସୁନିଲ ଅଗ୍ରୱାଲ ୨ ଲକ୍ଷ ୫୦ ହଜାର ଟଙ୍କା ପରିବାର ବର୍ଗଙ୍କୁ କ୍ଷତିପୂରଣ ବାବଦକୁ ଦେଇଥିବାବେଲେ ରେଡକ୍ରସ ପିଣ୍ଠିରୁ ଉଭୟଙ୍କୁ ୨୦ ଟଙ୍କାର ସହାୟତା ରାସି ଦିଆଯାଇଥିବା ତହସିଲଦାର ରୁଦ୍ରମୋହନ ନାୟକ ଙ୍କ ଠାରୁ ଜଣାପଡିଛି । ହରିଶ୍ଚନ୍ଦ୍ର ଯୋଯନାରେ ମଧ୍ୟ ଉଭୟ ମୃତକଙ୍କ ପରିବାରକୁ ୪ ହଜାର ଟଙ୍କା ସହାୟତା ରାଶି ଦିଆଜାଇଥିବା ବିଡ଼ିଓ ସୁମନ ମିଞ୍ଜ ଙ୍କ ଠାରୁ ଜଣାପଡିଛି । ମାଁ ଓ ଝିଅଙ୍କ ମୃତ ଦେହ ଡାକ୍ତରଖାନା ଶବ ଗୃହକୁ ନିଆଯାଇ ରଖାଯାଇଛି । ଆସନ୍ତା କାଲି ସେମାନଙ୍କ ଶଵ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବବୋଲି ପୁଲିସ ସୁତ୍ରରୁ ଜଣାପଡିଛି । ଅଧୁରା ରହିଗଲା ମାଙ୍କ ଶାଗଖିଆ