No Result
View All Result

୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଲାଙ୍ଗୀର :-> ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଏବଂ ମହିଲା ପତଞ୍ଜଳି ଯୋଗ ସମିତି ବଲାଙ୍ଗିର ଜିଲ୍ଲା କାରାଗାରରେ ଚାରି ଦିନିଆ ଯୋଗ, ଧ୍ୟାନ ଏବଂ ସତସଙ୍ଗ ଶିବିରର ଆୟୋଜନ କରିଥିଲେ। ଯୋଗଗୁରୁ ଏବଂ ପତଞ୍ଜଳି ବଲାଙ୍ଗୀର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁଜାତା ଡିସ୍ରି ଜିଲ୍ଲା କାରାଗାରର ବନ୍ଦୀମାନଙ୍କୁ ଯୋଗ, ଧ୍ୟାନ ଏବଂ ସତସଙ୍ଗ କରାଇଥିଲେ । ଜେଲର ସର୍ଭେଶ୍ୱର ସାହୁ, ସବ୍ ଜେଲର ଭୋଇ ସାର୍, ବିବୁତି ଭୂଷଣ ବେହେରା ,

ସୋନାଲି ଦାଶ, ସୁଶ୍ରୀ ଶ୍ରାବଣୀ କଲସାଇ, ମହିଲା ପତଞ୍ଜଳି ଯୋଗ ସମିତି ସଦସ୍ୟ ଶ୍ରୀମତୀ ନିହାରିକା ମିଶ୍ର, ଶ୍ରୀମତୀ ଦୀପ୍ତିମୟୀ ମିଶ୍ର, ଶ୍ରୀମତୀ ସରୋଜା ମାଝୀ, ସହଯୋଗ ଫାଉଣ୍ଡେସନର ରାମ ଅବତାର ଅଗ୍ରୱାଲ ସୁଦୀପ ତ୍ରିପାଠୀ, ତୋଫାନ ପାତ୍ର ,ଆର୍ତତ୍ରାଣ ପାଢ଼ୀ , ସମ୍ପାଦିକା ଶ୍ରୀମତୀ ପିଙ୍କି ମୋଦୀଙ୍କର କାର୍ଯ୍ୟକ୍ରମ ରେ ବିଶେଷ ସହଯୋଗ କରିଥିଲେ | ଯୋଗ ଗୁରୁ ସୁଜତା ଡିସ୍ରି କହିଛନ୍ତି ଯେ ଜୀବନରେ ସନ୍ତୁଳନ ବଜାୟ ରଖିବାର ରହସ୍ୟ ହେଉଛି ଯୋଗ ଏବଂ ଧ୍ୟାନ – ଏହା ହେଉଛି ସଫଳତାର ସୂତ୍ର |

ଯୋଗ ଏବଂ ଧ୍ୟାନର ଏହି ଶିବିର କେବଳ ବନ୍ଦୀମାନଙ୍କୁ ଶାରୀରିକ ଶକ୍ତି ଯୋଗାଇଲା ନାହିଁ ବରଂ ସେମାନଙ୍କର ମନକୁ ଶାନ୍ତି ଏବଂ ସ୍ଥିରତା ଆଡକୁ ନେଇଗଲା | ଏହା ବ୍ୟତୀତ ଏହା ସାମାଜିକ ସମ୍ପର୍କକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇଥିଲା | ଏହିପରି ଶିବିର କେବଳ ବନ୍ଦୀମାନଙ୍କ ଜୀବନରେ ପରିବର୍ତ୍ତନ ଆଣି ନଥିଲା ବରଂ ସମାଜକୁ ଏକ ନୂତନ ଦିଗକୁ ନେବାକୁ ସହଯୋଗ କରିଥିଲା ।



No Result
View All Result