୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଅଲ ଇଣ୍ଡିଆ ଫେଡେରେସନ ଅଫ ଟାକ୍ସ ପ୍ରାକଟିସନର୍ସର ସହାଭାଗିତା ଏବଂ ଭୁବନେଶ୍ୱର ଟାକ୍ସ ବାର ଆଶ୍ସୋସିଏସନ ଦ୍ୱାରା ଆୟୋଜିତ ଏକ ଦିବାସୀୟ ଟାକ୍ସ କନଫରେନସ ଭୁବନେଶ୍ୱର ସହିଦ ନଗର ସ୍ଥିତ ହୋଟେଲ ଏମ୍ପାୟାର୍ସ ରେ ଆୟୋଜିତ ହୋଇଯାଇଛି. ଏଥିରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଡକ୍ଟର ବି. ଆର. ଷଡ଼ଙ୍ଗୀ ମୁଖ୍ୟ ଅଥିତି ରୂପେ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ ସନ୍ମମାନିତ ଅଥିତି ରୂପେ ଇନକମ ଟାକ୍ସ ପ୍ରିନସିପାଲ କମିଶନର ସରୋଜ କୁମାର ମହାପାତ୍ର,
ଏ. ଆଇ. ଏଫ. ଟି. ପି ନ୍ୟାସନାଲ ପ୍ରେସିଡେଣ୍ଟ ନାରାୟନ ପ୍ରସାଦ ଜେନ, ଓଡିଶା ଷ୍ଟେଟ ବାର କାଉନସିଲର ପୂର୍ବତନ ଚେୟାରମ୍ୟାନ ମାନସ ରଞ୍ଜନ ମହାପାତ୍ର ଯୋଗଦେଇଥିଲେ. ଏହି କନଫରେନସ ଏ. ଆଇ. ଏଫ. ଟି. ପି. ଇଷ୍ଟର୍ନ ଯ଼ୋନ ଅଧ୍ୟକ୍ଷ ବିବେକାନନ୍ଦ ମହାନ୍ତି ଓ ଭୁବନେଶ୍ୱର ଟାକ୍ସ ବାର ସଭାପତି ରମେଶ ଧଳଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପରିଚାଳିତ ହୋଇଥିଲା.
ରାଜ୍ୟ ତଥା ବାହାରୁ ଅନେକ ଟାକ୍ସ ପରାମର୍ଶଦାତା ଏଥିରେ ଯୋଗ ଦେଇ ଜୀଏସ୍ଟି ଏବଂ ଆୟକର ଆଇନର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବା ସହିତ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ. ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ତୁଷାର ସାହୁ, ଗୋପାଳ ରାଉତ,
ସରୋଜ ସାହୁ, ନୀଳାଦ୍ରି ସାହୁ, ଦେବାଶିଷ ମିଶ୍ର, ତ୍ରୈଲୋକ୍ୟ ଶତପଥି, ସୁଶୀଲ ସାମନ୍ତରାୟ ଙ୍କୁ ଧନ୍ୟବାଦ ଦେଇଥିଲେ କନଫରେନସ ସେକ୍ରେଟାରୀ ପ୍ରଦୋଷ ପଟନାୟକ।କନଫରେନସ ର ସଫଳତା ପାଇଁ ଏଥିରେ ଯୋଗଦେଇଥିବା ପ୍ରତ୍ୟେକ ଟାକ୍ସ ପରାମର୍ଶଦାତାଙ୍କୁ ପ୍ରଶାନ୍ତ ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ।















