• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ

Proprietor Abhimanyu Maharana by Proprietor Abhimanyu Maharana
February 21, 2024
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ
Share on FacebookShare on TwitterWhatsapp

୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :->  ଆନ୍ତର୍ଜାତୀକ ଖ୍ୟାତିସଂମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଏଠାକାର ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତପ୍ରକାଶ କରୁଛନ୍ତି । ଡ଼ଃ ପାଣି ଶାସକ ବିଜୁ ଜନତା ଦଳର ଟିକେଟ ରେ ପାଲଲହଡ଼ା ଆସନରୁ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଲଢ଼ିବେ ବୋଲି ଜଣାଯାଇଛି । ଅନୁଗୁଳ ଜିଲ୍ଲାର ବିଜିଗୋଲ ଗ୍ରାମ ନିବାସୀ ଡ଼ଃ ପାଣି, ୧୯୯୬ ମସିହାରୁ ଦୀର୍ଘ ୨୮ବର୍ଷ କାଳ ବେଙ୍ଗାଳୁରୁଠାରେ ରହଣି କାଳରେ ଜଣେ ନିୟୁରୋସର୍ଜନ ଭାବରେ ଦେଶ ବିଦେଶରେ ଖୁବ ସୁନାମ ଅର୍ଜନ କରିଛନ୍ତି।

ନିକଟରେ ବିଜେଡି ର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଡ଼ଃ ପାଣି ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଥିଲେ । ଲୋକଙ୍କ ଡାକ୍ତର ଭାବରେ ସୁପରିଚିତ ଡ଼ଃ ପାଣି ତାଙ୍କର ରାଜନୈତିକ ଜୀବନର ପ୍ରଥମ ନିର୍ବାଚନରେ ଜିତାପଟ ହାସଲ କରିବେ ବୋଲି ତାଙ୍କର ସମର୍ଥକ ମାନେ ଦମ୍ଭ ପ୍ରକାଶ କରୁଛନ୍ତି ।

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ନିୟମିତ ଭାବେ ମାଗଣା ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରି ଡ଼ଃ ପାଣି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ର ଛାତ୍ରସଙ୍ଘ ର ପୂର୍ବତନ ସଭାପତି, ବେଙ୍ଗାଳୁରୁ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ସଦସ୍ୟ, ୱାଲର୍ଡ ଓଡ଼ିଶା ସୋସାଇଟି ର ସୁସ୍ଥତା ସାଧାରଣ ସମ୍ପାଦକ ଏବଂ ବେଙ୍ଗାଲୁରୁ ସ୍ଥିତ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଭାବରେ ଡ଼ଃ ପାଣି ଦୀର୍ଘ ଦିନ ଧରି ସମାଜ ସେବା କ୍ଷେତ୍ରରେ ବେଶ ସକ୍ରୀୟ ରହି ଆସିଛନ୍ତି।

ବିଜେଡି ରେ ଯୋଗ ଦେବା ପରେ ଡ଼ଃ ପାଣିଙ୍କୁ କଣିହାଁ, ପାଲଲହଡ଼ା, ଅନୁଗୁଳ, ପରଜଙ୍ଗ, ଢେଙ୍କାନାଳ, ହିନ୍ଦୋଳ ଏବଂ କାମାକ୍ଷାନଗର ଆଦି ସ୍ଥାନରେ ଜନସାଧାରଣ ଙ୍କ ତରଫରୁ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନର ବିଧାୟକ ମାନଙ୍କ ବିରୁଦ୍ଧରେ ବ୍ୟାପକ ଭାବେ “ଆଣ୍ଟି ଇନକନବେଂସି ଫ୍ୟାକ୍ଟର” କାମ କରୁଥିବାରୁ

ଜଣେ ନୂଆ ଚେହେରା ଏବଂ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିତ୍ବ ହୋଇଥିବା ଦୃଷ୍ଟି ରୁ ଡ଼ଃ ପାଣି ଙ୍କ ପକ୍ଷରେ ନିର୍ବାଚନ ବୈତରଣୀ ପାର କରିବା ସହଜସାଧ୍ୟ ହେବ ବୋଲି ଆକଳନ କରାଯାଉଛି । ଡ଼ଃ ପାଣି ଙ୍କର ପିତା କଣିହାଁ ଅଞ୍ଚଳର ପ୍ରସିଦ୍ଧ ଜନନେତା ସ୍ବର୍ଗତଃ ମଧୁସୂଦନ ପାଣି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଖୁବ ଘନିଷ୍ଠ ଥିଲେ। ବିଜେଡି ର ପ୍ରମୁଖ ରଣକୌଶଳକାରୀ ଏବଂ ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଦ୍ବୟ ପାଇଁ ଦଳର ପ୍ରଭାରୀ ନିଯୁକ୍ତ ହୋଇଥିବାରୁ,

ସେ ଟିକେଟ ବଣ୍ଟନ ବେଳେ ଜିତିବାର ସକ୍ଷମତାକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରିବେ ବୋଲି ଧରା ଯାଉଛି । ଏବେ ଦଳ ତରଫରୁ କରାଯାଉଥିବା ସର୍ଭେରେ ବିଭିନ୍ନ ଆଶାୟୀ ପାର୍ଥିମାନଙ୍କ ର ଜିତି ବାର ସାମର୍ଥ୍ୟ ଓ ସମ୍ଭାବନା ଉପରେ ଭୋଟଦାତା ମାନଙ୍କର ମତାମତ ସଂଗ୍ରହ କରାଯାଉଛି । ଦଳୀୟ ସୂତ୍ରର ପ୍ରାରମ୍ଭିକ ସୂଚନା ରୁ ଜଣାଯାଇଛି ଯେ, ବବି ବାବୁଙ୍କର ଡ଼ଃ ପାଣି ଙ୍କ ପାର୍ଥିତ୍ୱ ପ୍ରତି ସମବେଦନା ରହିଛି ।

ନିର୍ବାଚନବିତ ମାନଙ୍କର ଭବିଷ୍ୟବାଣୀ ଅନୁଯାୟୀ ଡ଼ଃ ପାଣି ପାଲଲହଡ଼ାରୁ ବିଜେଡି ର ପାର୍ଥି ହେଲେ ତାଙ୍କର ବିଜୟ ଏକ ପ୍ରକାର ସୁନିଶ୍ଚିତ ମନେ ହେଉଛି । ଜଣେ ରାଜନୀତିଜ୍ଞ ଭାବରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଉନ୍ନୟନ ଦିଗରେ ତାଙ୍କର ପ୍ରାଥମିକତା ରହିବ ବୋଲି ଡ଼ଃ ପାଣି ଦର୍ଶାଇଛନ୍ତି । ରାଜ୍ୟର ସବୁଠାରୁ ଅଧିକ ରାଜସ୍ୱ ଆୟକାରୀ ଜିଲ୍ଲା ହୋଇଥିଲେ ମଧ୍ୟ ଅନୁଗୁଳ ଠାରେ ଏକ ମେଡ଼ିକାଲ କଲେଜ ନଥିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ଅନୁଗୁଳ ଜିଲ୍ଲାର ବାୟୁ ପ୍ରଦୂଷଣ ଦିଲ୍ଲୀ ଠାରୁ ମଧ୍ୟ ଅଧିକ ବିପଜ୍ଜନକ ଡ଼ଃ ପାଣି ସୁଚାଇଛନ୍ତି । ଦାୟିତ୍ୱହୀନ ଶିଳ୍ପକରଣ ଏବଂ ଆଖିବୁଜା ଖଣିଖନନ ଏହି ଇଲାକାର ପରିବେଶ, ଜନବସତି ଓ ସ୍ୱାସ୍ଥ୍ୟ ଅବସ୍ଥା କ୍ଷେତ୍ରରେ ଗୁରୁତର ସଙ୍କଟ ସୃଷ୍ଟି କରିଥିବା ସେ କହିଛନ୍ତି। ପାଲଲହଡ଼ା ରେ ଆବଶ୍ୟକୀୟ ଜମି, ଜଳ ଏବଂ ୫୫ ନମ୍ବର ଜାତୀୟ ରାଜପଥ ଯୋଗୁଁ ଯୋଗାଯୋଗ ର ସୁବିଧା ଉପଲବ୍ଧ ଥିବା ସତ୍ୱେ ଏଠାରେ ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଥିଲେ

ସୁଦ୍ଧା ଗୋଟିଏ ବି କାରଖାନା ପ୍ରତିଷ୍ଠା ହୋଇ ପାରିନଥିବା ନେଇ ଡ଼ଃ ପାଣି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଏଠାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ନଥିବାରୁ କୃଷି ଉତ୍ପାଦନର ମାତ୍ରାବି ଖୁବ ନିମ୍ନ ରେ ରହିଥିବା, ସେ ସୁଚାଇଛନ୍ତି । ଲୋକ ପ୍ରତିନିଧି ଭାବରେ ଏହି ସବୁ ସମସ୍ୟା ଗୁଡିକୁ ସମାଧାନ କରିବା ଦିଗରେ ସେ ଅଗ୍ରାଧିକାର ଦେବେ ବୋଲି ଡ଼ଃ ପାଣି ଘୋଷଣା କରିଛନ୍ତି । ସେ “ମାନବ ସେବା ହିଁ ମାଧବ ସେବା” ଉକ୍ତି ର ଦୃଢ଼ ବିଶ୍ୱାସୀ ହୋଇଥିବାରୁ ରାଜନୀତି ରେ ଯୋଗ ଦେଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ସେବା କାର୍ଯ୍ୟ ପୂର୍ବପରି ଜାରୀ ରହିବ ବୋଲି ଡ଼ଃ ପାଣି ସ୍ପଷ୍ଟ କରିଦେଇଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁ ସାରା ଦେଶରେ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବୋଲି ଅବହିତ କରି ଏହାରି ମାଧ୍ୟମରେ ନିଜର ମାତୃପ୍ରଦେଶ ଓଡ଼ିଶାର ଅଧିବାସୀମାନଙ୍କୁ କିଭଳି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଇ ପାରିବ ସେ ଦିଗରେ ଜନପ୍ରତିନିଧି ଭାବରେ ଡ଼ଃ ପାଣି ସତତ ଧ୍ୟାନ ଦେବେ ବୋଲି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଞ୍ଚ ଟି ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କର ତତ୍ୱାବଧାନରେ ନିଜର ଶିକ୍ଷାନୁଷ୍ଠାନ ଏସ.ସି.ବି. ମେଡ଼ିକାଲ କଲେଜର ବହୁବିଧ ରୂପାନ୍ତରିକରଣ ନେଇ ଡ଼ଃ ପାଣି ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version