No Result
View All Result
୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଲାଙ୍ଗିର :-> ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଉଜ୍ଜଳ ବରିହା ଏବଂ ଗ୍ରାମର ପ୍ରମୋଦ ବହିଦାର,ଘନଶ୍ୟାମ ଦାସ ଏବଂ ଗୌତମ ଭୁକ୍ତା ମିଶି ଗତ ତା.୭.୦୨.୨୪ରିଖ ସନ୍ଧ୍ୟାରେ ସେହି ଥାନା ଅନ୍ତର୍ଗତ ଖୁଣ୍ଟସମଳେଇ ଗ୍ରାମକୁ ଏକ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ । ବିବାହ ଉତ୍ସବରେ ଯୋଗଦେଇ ଘରକୁ ପ୍ରମୋଦ ବହିଦାର,ଘନଶ୍ୟାମ ଦାସ ଓ ଗୌତମ ଭୁକ୍ତା ରାତିରେ ଫେରିଥିଲେ କିନ୍ତୁ ଉଜ୍ଜଳ ବରିହା ଘରକୁ ଫେରିନଥିଲେ । ପରିବାର ଲୋକେ ଉଜ୍ଜଳର ଫେରିବା ବିଳମ୍ବ ହେବାରୁ ଫୋନ କରିଥିଲେ କିନ୍ତୁ ଫୋନ ସ୍ୱିଚ ଅଫ ଥିଲା ।
ଚିହ୍ନା ପରିଚିତ ଘରେ ରହି ଯାଇଥିବେ ଭାବି ସମସ୍ତେ ଶୋଇଥିଲେ । ସକାଳ ହେଲା ଫେରିଲେ ନାହିଁ ତାପରେ ଯାହା ସହିତ ବିବାହ ଘର ଯାଇଥିଲେ ସେମାନଙ୍କ ଘରକୁ ଯାଇ ପଚାରି ବୁଝିଥିଲେ ସେମାନେ କହିଲେ ଆମ୍ଭ ସହିତ ଉଜ୍ଜଳ ଆସିଲା ନାହିଁ ସେ ଆମ୍ଭକୁ ଅଭରଟେକ କରି ଗାଡ଼ି ସ୍ପୀଡ଼ କରି ପଳେଇ ଆସିଲା ଆମେ ଆଉ ଦେଖି ନାହିଁ । ପରିବାର ଲୋକେ,ପାଖ ପଡ଼ୋଶୀ, ସମ୍ପର୍କୀୟ ଲୋକେ ଆଖ ପାଖ ଅଞ୍ଚଳ ଖୋଜାଖୋଜି କଲେ, ସମ୍ପର୍କୀୟ ଲୋକ ମାନଙ୍କୁ ଫୋନ କଲେ କିନ୍ତୁ ସନ୍ଧାନ ପାଇଲେ ନାହିଁ ।
ତା.୮.୦୨.୨୪ରେ ସକାଳେ ଘର ପଛ ପଟେ ଘର ଠାରୁ ୧୦୦ ମିଟର ଦୂରରେ ଥିବା ଘସିଏନ ଦେବୀ ପୀଠ ପାଖରେ ଉଜ୍ଜଳର ଗାଡ଼ି ଓ ଚପଲ ରଖା ହେଇଥିବା ଦେଖିଲେ । ଉଜ୍ଜଳ ର ବାପା ଲରମ୍ଭା ଥାନାକୁ ଆସି ଆଭିଯୋଗ କରିବାରୁ ପ୍ରଥମେ ଅଭିଯୋଗ ପତ୍ର ରଖିନଥିଲେ ଘରକୁ ଫେରିଆସି ପୁଣି ମଧ୍ୟାହ୍ନ ସମୟରେ ଥାନାକୁ ଯାଇ ଅଭିଯୋଗ ପତ୍ର ଦେଇଥିଲେ । ୧୦ତାରିଖ ସକାଳୁ ଗ୍ରାମର ଗୋପୀନାଥ ସାହୁଙ୍କ ବାଡ଼ିରେ ଥିବା ଖୁଲା କୂଅରେ ଶବ ପଡ଼ିଛି ବୋଲି ଖବର ପାଇଲେ କିନ୍ତୁ ମୃତକ ଉଜ୍ଜଳ ବରିହା ଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପୂର୍ବରୁ ଗୋପୀନାଥ ସାହୁ ଏବଂ ତାଙ୍କ ପରିବାର ସଦସ୍ୟ ଯାଇ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପରେ ମୃତକ ପରିବାର ଯାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି କୂଅ ଭିତରୁ ଶବ ଉଦ୍ଧାର କରିଥିଲେ । ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରିଥିଲେ କିନ୍ତୁ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରିନଥିଲେ । ଶବ ଉଦ୍ଧାର କରି ପ୍ରଥମେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାଟଣାଗଡ଼ ଶବ ବ୍ୟବଚ୍ଛେଦ ଗୃହକୁ ଆଣି ଶବ ବ୍ୟବଚ୍ଛେଦ କରି ଶବକୁ ମୃତକ ପରିବାରକୁ ହସ୍ତାନ୍ତର କରିଥିଲେ । ପରିବାର ଲୋକ,ପିତା ଲୁଚନ ବରିହା ମୋ ପୁଅକୁ ଏବଂ ତାଙ୍କ ସ୍ତ୍ରୀ ମୋହିନୀ ବରିହା ମୋ ସ୍ୱାମୀକୁ ପୂର୍ବ ଶତ୍ରୁତା କୁ ନେଇ ଗ୍ରାମର ଧର୍ମରାଜ ସାହୁ,ବିପିନ ସାହୁ,
ଗୋପୀନାଥ ସାହୁ, ନୃପରାଜ ସାହୁ,ବିରାଟ ସାହୁ,କରମ ବିଶ୍ୱାଳ କରମ ବିଶ୍ୱାଳର ସ୍ତ୍ରୀ ହିଁ ଯୋଜନାବଦ୍ଧ ଭାବେ ହତ୍ୟା କରି କୂଅରେ ପକେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ ପ୍ରଶାସନ ତଦନ୍ତ ନାଁ ରେ ଦିନ ଗଡ଼େଇ ଘଟଣାକୁ ଚାପି ଦେବାକୁ ଚେଷ୍ଟା ଚଳେଇଛନ୍ତି । ପୋଲିସର ସିଥିଲ ତଦନ୍ତ ପ୍ରକ୍ରିୟାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଘୋର ନିନ୍ଦା କରିଛି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଫଟାମୁଣ୍ଡା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଆସନ୍ତା ତା.୨୪.୦୨.୨୪ ରେ ଲରମ୍ଭା ଥାନା ଘେରାଓ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଶସ୍ତ୍ର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ପ୍ରସ୍ତୁତି ବୈଠକରେ ଜଳ ଧରୁଆ, ସଂଯୋଜକ ତଥା ଆବାହକ ଗୌରାଙ୍ଗ ବରିହା,ସାନ ଭୁଏ,ଝେକରୁ ଭୋଇ,ମଦନ ମାଝୀ,ଭରତବାହାଲ ସହଦେଵ ଧରୁଆ,ରମେଶ କୁମୁରା ,ମାଧବ ବରିହା, ହାଡୁ ବରିହା,ଫଟାମୁଣ୍ଡା ସଭାପତି କସ୍ତୁରୁ ବରିହାଙ୍କ ସହିତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।
No Result
View All Result