No Result
View All Result
୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ସାନ କଲଙ୍ଗାପାଲି ଗାଁ ରେ ଥିବା ଏକ ପୁରୁଣାପିପଲ ବନ୍ଦ (ବନ୍ଧ)କୁ ଯିବା ରାସ୍ତା କୁ ଗାଁ ର ଜନୈକ ବ୍ୟକ୍ତି ଅବରୋଧ କରିଥିବା ନେଇ ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ଅନୁଯାଇ ସlନକଲଙ୍ଗାପାଲି ବସୁଧା ଯୋଜନା ପ୍ରକଳ୍ପ ନିର୍ମାଣ ହୋଇ ଗାଁକୁ ପାଇବ ଯୋଗେ ପାନୀୟ ଯୋଗେ ଜଗାଣ କରାଯିବ l ଏଥି ପାଇଁ ଠିକାଦାର ଜଣକ ପାଇବ ବିଛା ଇବା ପାଇଁ ପିପଳବନ୍ଦ ରୁ ଗାଁକୁ ରାସ୍ତା ଗାତ ଖୋଲିଥିଲେ l
ଠିକାଦାର ଜଣକ ଗlତ ଖୋଲୁଥିବା ସମୟରେ ଗାଁର ମଧୁସୂଦନ ସାହୁ ଓ ତାଙ୍କ ଭାଇମାନେ ମିଶି ଆମର ପୈତୃକ ସମ୍ପତ୍ତି ଉପରେ ଗାତ ନ ଖୋଲି ବା ପାଇଁ ମନା କରିଦେଇଥିଲେ l ଏନେଇ ଗ୍ରାମବାସୀ ଗାଁ ରେ ଏକ ସଭା କରି ମଧୁସୂଦନ ଙ୍କୁ ଗାତ ଖୋଲିବା ପାଇଁ ଜମି ଛାଡ଼ିବା କୁ ଅନୁରୋଧ କରିଥିଲେ l ମଧୁସୂଦନର ରୋକଠୋକ ମନା କରିବାରୁ ଆଜି ଏକ ବସ ଯୋଗେ ଶତାଧିକ ମହିଳା ଓ ପୁରୁଷ ଉପଜିଲ୍ଲାପାଳ ଅମୀୟ କୁମାର ନାଏକଙ୍କୁ ସମସ୍ୟା ର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ l
ଗାଁ ରେ ଗୋଟିଏ ମାତ୍ର ବନ୍ଧ ଥିବାରୁ ବନ୍ଧ ଉପରେ ଗ୍ରାମବାସୀ ଦୀର୍ଘ ଦିନରୁ ନିର୍ଭର କରି ଆସୁଛନ୍ତି । ପାନୀୟ ଜଳ ପାଇଁ ମଧ୍ୟ କୌଣସି ସୁବିଧା ନଥିବା ବେଳେ ବସୁଧା ଯୋଜନା ରେ ସୁବିଧା ପାନୀୟ ଜଳ ପାଇପାରିବେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା ନ ଛାଡିବାରରୁ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡିବ ବୋଲି ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ନାଏକ ସାତଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l
No Result
View All Result