୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> ଯଦି ଆପଣଙ୍କ ଘର ପାଖରେ କେହି ଅସାମାଜିକ କାର୍ଯ୍ୟକଳାପ କରୁଛି, କେହି ମଦୁଆ ଉତ୍ପାତ କରୁଛି ,ରାସ୍ତାରେ କିଛି ଅପରାଧିକ କାର୍ଯ୍ୟକଳାପ ଆପଣଙ୍କ ନଜର କୁ ଆସୁଛି ତେବେ ଆପଣ ଏହି ନମ୍ବର ରେ ଯୋଗାଯୋଗ କରିପାରିବେ । ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଜିଠାରୁ କଟକ ର ଜନ ସାଧାରଣ ଙ୍କ ପାଇଁ କଟକ ଡି ସି ପି ଏହି ହେଲ୍ପ ଲାଇନ୍ ନମ୍ବର୍ ଜାରି କରିଛନ୍ତି। ଏହା ସିଧସଳଖ ଡିସିପି ଙ୍କ କଣ୍ଟ୍ରୋଲ ରୁମ୍ ଓ ଡି ସି ପି ଙ୍କ ତତ୍ବାବଧାନରେ ରହିବ। ଏହା ସହ ଅଭିଯୋଗ କାରୀ ଙ୍କ ନାମ ଗୋପନ ରଖାଯିବ।















