No Result
View All Result
୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଖଣ୍ଡଗିରି ପାନ୍ଥିକା ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ର ପ୍ରଥମ ସନ୍ଧ୍ୟାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ଉତ୍ସବରେ କୋକିଳା ଡାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ସଡ଼ଋତୁ ଏବଂ କୁନି କୁନି ପିଲାମାନଙ୍କ ଦ୍ଵାରା ଦେଶାତ୍ମକ ବୋଧ ନୃତ୍ୟ ପରିବେଷଣ କରିଥିଲେ।

ପରେ ସୁର ସାଗର ମୂଜିକାଲ ଗ୍ରୁପ ଦ୍ଵାରା ବର୍ଣ୍ଣାଢ଼୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ଗୀତ ଦର୍ଶକଙ୍କୁ ମାନ ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର, କୃଷି ଉନ୍ନୟନ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେକ,କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ,
କିରଣ ମାଝୀ,ଛବି ଦାସ, ମହାମାୟା ସ୍ବାଇଁ, ସୁଜିତ୍ ସ୍ବାଇଁ,ରୁନୁ ଜେନା,ଚନ୍ଦ୍ରଶେଖର ମାଲିଆ,ସୀମା ନାୟକ,,ସମରେଶ ବେଉରା,ମନୋଜ ବେହେରା, ଡ ସୁରେଶ ବାରିକ, ଅନୁଷ୍ଠାନର ସମ୍ପାଦକ ଦୀପକ ମହାପାତ୍ର,ଦାଶରଥି ଗରାବଡୁ,ଅଶ୍ଵିନୀ ସୁନ୍ଦରାୟ ,ହୃଦୟ ବଲ୍ଲଭ ସାମନ୍ତରାୟ,ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result