• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଭିନ୍ନ ବିଭାଗୀୟ ଗୁରୁତ୍ୱପର୍ଣ୍ଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା ଓ ପରାମର୍ଶ

Proprietor Abhimanyu Maharana by Proprietor Abhimanyu Maharana
February 15, 2024
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ବିଭିନ୍ନ ବିଭାଗୀୟ ଗୁରୁତ୍ୱପର୍ଣ୍ଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା ଓ ପରାମର୍ଶ
Share on FacebookShare on TwitterWhatsapp

୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :- ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବା ହେବାକୁଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତି ତଥା କାର୍ଯ୍ୟକାରିତା ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ସଚିବମାନେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରି ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାତିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚ ପଦାଧିକାରୀମାନେ ଏହି ବୈଠକରେ ଯୋଗଦେଇ ଥିବାବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଆଭାସୀ ବୈଠକରେ ଯୋଗ ଦେଇଥିଲେ ।

ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଥିଲା । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସଂପର୍କରେ ବିଶଦ୍‌ ଭାବେ ଉପସ୍ଥାପନ କରିଥିଲେ । ବିଜ୍ଞାନ ଓ କାରିଗରୀ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ଲୋକାର୍ପିତ ହେବାକୁ ଥିବା ଓ ଶିଳାନ୍ୟାସ ହେବାକୁ ଥିବା ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଗୁଡ଼ିକର ସ୍ଥିତି ଉପସ୍ଥାପନ କରାଯାଇଥିଲା । ଜିଲ୍ଲାପାଳମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ଏହାର ପ୍ରସ୍ତୁତି ଅନୁଧ୍ୟାନ କରିବା ସହିତ ଲୋକାର୍ପଣ ପରବର୍ତ୍ତୀ ପରିଚାଳନା ସଂପର୍କରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କ ସୁବିଧା ନଥିବା ଗ୍ରାମାଂଚଳରେ ୨ୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ଆମ ବ୍ୟାଙ୍କ- ସିଏସପି ଆଉଟଲେଟ ଗୁଡିକ କାର୍ଯ୍ୟକ୍ଷମ ହେବା ପରିପ୍ରେକ୍ଷୀରେ ଘର, ଭିତ୍ତିଭୂମି,ଇଣ୍ଟରନେଟ୍ ସଂଯୋଗୀକରଣ ଓ ବିଦ୍ୟୁତ ଶକ୍ତି ଆଦି ସମସ୍ୟାର ସମାଧାନ ପୁର୍ବକ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ବୈଠକରେ ବୁଣାକାରମାନଙ୍କୁ ସହାୟତା ନେଇ ଆଲୋଚନା, ଆଗାମୀ ପର୍ଯ୍ୟାୟରେ ଅନ୍ୟ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଲକ୍ଷ୍ମୀ ଯୋଜନାରେ ବସ ପରିବହନ ସେବା, ଆମ ବସ ଷ୍ଟାଣ୍ଡ ଯୋଜନାରେ ବସ ଷ୍ଟାଣ୍ଡଗୁଡିକର ପରିଚାଳନା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଭାରତ ସରକାରଙ୍କ ଇଏଆରଏଏସ୍ ଯୋଜନାରେ ରାଜ୍ୟରେ କ୍ଷୁଦ୍ର ଶସ୍ୟ ଫସଲ ସର୍ବେକ୍ଷଣ ପାଇଁ କୃଷି ଭିତ୍ତିକ ତଥ୍ୟ ସଂଗ୍ରହକୁ ଗୁରୁତ୍ୱ, କୃଷି ପରିସଂଖ୍ୟାନ ପ୍ରସ୍ତୁତିରେ ଆବଶ୍ୟକ ତଦାରଖ ଓ ସହଯୋଗ କରାଯିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଓ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଥିବାରୁ ଏହାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ଆମ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡିକର ଅଗ୍ରଗତି, ଚୟନ କରାଯାଇଥିବା ପ୍ରକଳ୍ପରେ ରହୁଥିବା ସମସ୍ୟାର ସମାଧାନ କରି ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା, ପିଏମଏଓ୍ୱାଇ –ଗ୍ରାମୀଣ ଯୋଜନାରେ ଆବଣ୍ଟିତ ଆବାସଗୁଡିକୁ ସମ୍ପୂର୍ଣ୍ଣ କରିବା,ପାନୀୟ ଜଳ ଯୋଗାଣ – ବସୁଧା ଯୋଜନାର ସୁଫଳ ଯେପରି ଲୋକମାନେ ପାଇପାରିବେ , ସେଥିପ୍ରତି ବସୁଧା ସହାୟତା ନମ୍ବରର ବହୁଳ ପ୍ରଚାର ପ୍ରସାର ଓ ଏହାର ଉପଯୋଗ ପାଇଁ ଜନସଚେତନା ଉପରେ ଗୁରୁତ୍ୱ ଦିଆଯାଇଛି । ପାଇପ୍ ଯୋଗେ ପାନୀୟ ଜଳ ସମସ୍ୟା, ମରାମତି ଆଦି ସଂପର୍କିତ ଅଭିଯୋଗକୁ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି । ପ୍ରତିବର୍ଷ ଅଧିକରୁ ଅଧିକ ଲକ୍ଷ କୁଶଳୀ ମାନବ ସଂବଳ ଆମର ଆବଶ୍ୟକତା ରହୁଥିବାରୁ ଏ ଦକ୍ଷତା ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାପାଳମାନେ ନୂଆ ଓଡିଶା ଅଧିନରେ ଜିଲ୍ଲା ଦକ୍ଷତା କେନ୍ଦ୍ର ଚିହ୍ନଟ କରିବାକୁ କୁହାଯାଇଛି । ଜିଲ୍ଲାରେ ମଡେଲ କ୍ୟାରିଅର ସେଣ୍ଟରଗୁଡିକୁ ଅଧିକ କ୍ରିୟାଶୀଳ କରାଯିବାକୁ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁଦକ୍ଷା ଯୋଜନାରେ ସରକାରୀ ଆଇଟିଆଇ ଓ ପଲିଟେକନିକ୍ ରେ ଅଧିକ ଛାତ୍ରୀମାନଙ୍କ ନାମଲେଖାକୁ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳମାନେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତିମାସରେ ସେଚ ସମୀକ୍ଷା କରିବାକୁ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

August 22, 2026
ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

August 22, 2026
ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ

ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ

August 22, 2026
୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

August 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

August 22, 2026
ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

August 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version