• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୬ ରୁ ପ୍ରାଣିଚିକିତ୍ସକମାନଙ୍କ ରାଜ୍ୟ ସ୍ତରୀୟ ଧାରଣା

Proprietor Abhimanyu Maharana by Proprietor Abhimanyu Maharana
February 15, 2024
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
Vets to stage Dharna at state level from 16th
Share on FacebookShare on TwitterWhatsapp

୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-  ଓଡ଼ିଶାର ପ୍ରାଣିଚିକିତ୍ସକମାନେ ଗତ ତା ୧୮.୦୧.୨୪ ରିଖ ଠାରୁ ଆଜି ସୁଦ୍ଧା ୨୮ ଦିନ ହେଲା ସମୂହ ଛୁଟିରେ ରହିବା ସହିତ ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀମାନଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି । ସେମାନେ ଗତ ପ୍ରାୟ ଦୁଇ ବର୍ଷ ଧରି ନିଜର ଚାରି ଦଫା ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଛନ୍ତି । ରାଜ୍ୟର ପ୍ରାଣିପାଳକ ମାନଙ୍କ ହିତରେ ବିଭାଗୀୟ ରୂପାନ୍ତରଣ ଯଥା ନିଶୁଳ୍କ ଚିକିତ୍ସା, ବିଶେଷଜ୍ଞ ଚିକିତ୍ସା, ୨୪ ଘଣ୍ଟିଆ ସେବା, ଇତ୍ୟାଦି ସହିତ ଓଡ଼ିଶାରେ ପ୍ରଣିଚିକିତ୍ସକ ମାନଙ୍କୁ କେନ୍ଦ୍ରୀୟ ହାରରେ ପଦୋନ୍ନତି ସୁବିଧା (ଡିଏସିପି), ନନ୍ ପ୍ରାକ୍ଟିସିଂ ଭତ୍ତା (ଏନ ପି ଏ) ଓ କ୍ୟାଡ଼ର ପୁନର୍ଗଠନ ପାଇଁ ମଧ୍ୟ ସଂଘ ଦାବି ଜଣାଇଆସୁଛି। ଗତ ଚାରି ସପ୍ତାହର ଆନ୍ଦୋଳନ ମଧ୍ୟରେ ରାଜ୍ୟରେ ପ୍ରାଣି ଚିକିତ୍ସା ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ନିକଟରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳରେ ଜଣେ ଗରିବ ଛେଳିପାଳକଙ୍କର ନଅଟି ଛେଳି ଜଣେ କ୍ଵାକର ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସାରା ରାଜ୍ୟରେ ଗତ ମାସକ ମଧ୍ୟରେ ଏହିପରି ଶହ ଶହ ଉଦାହରଣ ଥିଲେ ହେଁ ସରକାର ନୀରବ ଦ୍ରଷ୍ଟା ସାଜିବା ସହିତ କିଛି ନ ଜାଣିବା ପରି ଅଭିନୟ କରିବାକୁ ଶ୍ରେୟସ୍କର ମଣୁଛନ୍ତି ।ସେହିପରି ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ନାନାଦି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି ।ବିମାକୃତ ପ୍ରାଣୀମାନେ ମୃତ୍ୟୁବରଣ କଲେ ତାଙ୍କର ପୋଷ୍ଟ ମଟମ କରାଯାଇ ପାରୁନାହିଁ  । ସରକାରଙ୍କ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ସମ୍ପୂର୍ଣ ଠପ ହୋଇଯାଇଛି । ଚାରୋଟି ଅନ୍ୟ ବିଭାଗ ଅଂଶୀଦାର ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଗତିହୀନ ହୋଇପଡିଛି । ପୁଲିସ ଓ ବନବିଭାଗର କେସ ଗୁଡିକ ଠିକ ଭାବେ ତଦନ୍ତ ନକରି ବେଆଇନ ଭାବେ ପ୍ରକ୍ରିୟାକରଣ କରାଯାଉଛି । ରାଜ୍ୟର ଗରିବ ଚାଷୀମାନେ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ସେମାନଙ୍କ ପ୍ରାପ୍ୟ ପାଇପାରୁନାହାନ୍ତି। ଆନିମାଲ ହେଲ୍ପ ଲାଇନ ଆଜି ଏକ ପରିହାସର କାରଣ ପାଲଟିଛି। ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ମୁଖ୍ୟତଃ ଫାଟୁଆ ନିରାକରଣ) ସମ୍ପୂର୍ଣ ବନ୍ଦ ହୋଇଯିବା କାରଣରୁ ରାଜ୍ୟର ଏକ କୋଟି ପ୍ରାଣୀଙ୍କ ଜୀବନ ସଂକଟାପନ୍ନ ଅବସ୍ଥାରେ ଅଛି। ଜାତୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ବିଭାଗରେ ଚାରି ସପ୍ତାହ ଧରି ବାର୍ତ୍ତା ସରବରାହ ଓ ରିପୋର୍ଟିଂ ପ୍ରାୟ ବନ୍ଦ ହୋଇ ଯାଇଛି। ଜଣ ସାଧାରଣ ଅସୁବିଧାରେ ପଡି ମୋ ସରକାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନହିଁ। ଏପରି ଅନେକ ଘଟଣା ପ୍ରତିଦିନ ସାମୂହିକ ଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ତେବେ ଏକପକ୍ଷରେ ରାଜ୍ୟରେ ପ୍ରାଣିପାଳକ ମାନେ ଗତ ୨୮ ଦିନ ହେବ  ପ୍ରଭୂତ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟ ପକ୍ଷରେ ସରକାର ଏହି ସମସ୍ୟାର ସମାଧାନ ଦିଗରେ ଇଚ୍ଛୁକ ନ  ଥିବା ଭଳି ଆଚରଣ କରୁଛନ୍ତି ।ଏ ସମ୍ପର୍କରେ ବହୁବାର ସଂଘ ଓ ସରକାର ଯଥା ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ସରକାର ସଂଘର ଯୁକ୍ତିଯୁକ୍ତଦାବି ଗୁଡିକ ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି ।  ଗତ ତା ୧୨.୦୨.୨୦୨୪ ରିଖରେ ଲୋକସେବା ଭବନ ପରିସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ସହିତ ଓଡ଼ିଶା ପ୍ରାଣିଚିକିତ୍ସା ସେବା ସଂଘର କର୍ମକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ଦୁର୍ଭାଗ୍ୟ ବଶତଃ  ଉକ୍ତ ବୈଠକରେ ସଂଘର ସମସ୍ତ ଦାବି ଉପରେ କୌଣସି ଆଲୋଚନା ହୋଇ ପାରିନଥିଲା ବାକୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରିନଥିଲା ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି। ଅତଏବ ତା ୧୩.୦୨.୨୪ ରିଖରେ ଅଭାଷୀ ମାଧ୍ୟମରେ ସଂଘର ଏକ ସାଧାରଣ ସଭାରେ ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ସଂଘର ସମସ୍ତ ସଭ୍ୟ ରାଜଧାନୀକୁ ଆସି ରାଜ୍ୟସ୍ତରରେ ଧାରଣା ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ହୋଇଥିଲା ।ଆସନ୍ତା ୧୬  ତାରିଖରୁ କଟକଠାରେ ଥିବା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦିଆଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି। ତଥାପି ଯଦି ସରକାର ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ତେବେ ସଂଘ ଆମରଣ ଅନାଶନକୁ ଅଲହଇବାକୁ ମଧ୍ୟ ପଛାଇବା ନାହିଁ ବୋଲି ଚେତାବନୀ ଦେଇଛି। ଏହି ପରିପ୍ରେକ୍ଷିରେ ସଂଘ ତରଫରୁ ଯଥାଶୀଘ୍ର ପ୍ରାଣିଚିକିତ୍ସକ ମାନଙ୍କ ଯୁକ୍ତିଯୁକ୍ତ ଦାବି ଗୁଡିକ ଉପଯୁକ୍ତଭାବେ ବିଚାର କରି ନ୍ୟାୟପୂର୍ଣ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ପୁଣିଥରେ  ନିବେଦନ କରାଯାଇଛି ଓ ଏହାଦ୍ବାରା ପ୍ରାଣିଚିକିତ୍ସକ ମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଜାରି ରହିଥିବା ଅଚଳାବସ୍ଥା ଖୁବ ଶୀଘ୍ର ଦୂର ହେବ ବୋଲି ଆଶା ପ୍ରକଟ କରାଯାଇଛି। ତେବେନିଜ ଦୁର୍ଦ୍ଦଶା ରୁ କିଛିଟା ଆଶ୍ଵସ୍ତିର ଆଶା ରଖିଥିବା ପ୍ରାଣିପାଳକମାନେ ଏହା ଦ୍ୱାରା ବହୁ ପରିମାଣରେ ହତାଶ ହୋଇଛନ୍ତି। ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସେମାନେ ପୁଣି ଅନିଶ୍ଚିତ କାଳ ପାଇଁ ଦୁର୍ଦ୍ଦଶକୁ ଠେଲି ହୋଇ ଯାଇଛନ୍ତି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version