No Result
View All Result
୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା- ଜଟଣୀ :-> ଶ୍ରୀ ଶ୍ରୀ ସୋମନାଥ ବାଲୁଙ୍କେଶ୍ବର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ”, ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଆଜି ୧୪ତାରିଖ ବୁଧବାର ସରସ୍ଵତୀ ପୂଜା ଅବସରରେ ଉଦଯାପିତ ହୋଇଯାଇଛି। “ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା”ର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ବିଷୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଦ୍ୟାଳୟର ଶତାଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ୧୦ଜଣ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ୧୫ଜଣ ଲେଖାଏଁ କୃତିତ୍ୱ ଅର୍ଜନ କରିଥିଲେ। ଆଜି ଅନୁଷ୍ଠିତ ଏହି ଉଦଯାପନୀ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଏକ ପାଠାଗାର ମଧ୍ଯ ଉଦ୍ଘାଟିତ ହୋଇଯାଇଛି। ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଅଧକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉଦ୍ଘାଟକ,

ଜଟଣୀ ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ ମୁଖ୍ୟ ଅତିଥି, ଜଟଣୀ ବ୍ଲକ୍ ଉପାଦ୍ଧକ୍ଷା ଶ୍ରୀମତୀ ଯୋଷ୍ନାରାଣୀ ଦାସ ସମ୍ମାନୀତ ଅତିଥି,ଶ୍ରୀଯୁକ୍ତ ସତାବୁଦିନ ଅହମଦ ଓଡଖଣ୍ଡ ମହାବିଦ୍ୟାଳୟ ପ୍ରାଧ୍ୟାପକ ମୁଖ୍ୟବକ୍ତା, ଭୀମସେନ ଭୁଜବଳ ସମିତି ସଭ୍ୟ କନ୍ତିଆ, ମନୋଜ୍ କୁମାର ବେହେରା ସରପଞ୍ଚ କନ୍ତିଆ,

ଜଟଣୀ ନାଗରିକ କମିଟି ସଭାପତି ମନ୍ମଥ ରାଉତରାୟ ଓ ଶ୍ରୀମତୀ ସୁକାନ୍ତି ମହାପାତ୍ର ଅଧକ୍ଷା+୩ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଉନ୍ନତୀ କରଣ ପାଇଁ ନିଜ ନିଜର ଅନୁଦାନ ପାଣ୍ଠି ଓ ବ୍ୟକ୍ତିଗତ ରାଶିରୁ ବିଦ୍ୟାଳୟର ପ୍ରାଚୀର ନିର୍ମାଣ ଏବଂ ଅନ୍ୟାନ୍ୟ କାମ କରିବେ ବୋଲି ପ୍ରତିଶୃତି ଦେବା ସହିତ କୃତୀ ଛାତ୍ରୀ ମାନଙ୍କୁ ପୁସ୍ତକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏଥିରେ ନୋଡାଲ ଅଫିସର୍ ଡଃ ରଜନୀ ରଣସିଂହ ଅତିଥି ପରିଚୟ ଓ ବିବରଣୀ ପାଠ କରିଥିବାବେଳେ ଅଧ୍ୟାପକ ସୁଶାନ୍ତ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଦିଲ୍ଲୀପ କୁମାର ଜେନା, ଅଧ୍ୟାପିକା ସୌଦାମିନୀ ବେହେରା, କଲ୍ୟାଣୀ ସାହୁ ଓ ସୁଶାନ୍ତ ସାମନ୍ତରାୟ, ବିଷ୍ଣୁ ବଳିଆରସିଂହ, ଜଗନ୍ନାଥ ପ୍ରଧାନ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।


No Result
View All Result