No Result
View All Result
୧୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବାଲୁଗାଁ :-> ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସରକାରଙ୍କ ତରଫରୁ ଯାତ୍ରୀମାନଙ୍କୁ ନିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଦୁଇ ଜଣ ତୀର୍ଥ ଯାତ୍ରୀ ତିରୁପତି ଠାରେ ହଜିଯାଇଛନ୍ତି | ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଠର ବାଟିଆ ପଞ୍ଚାୟତ ଅନ୍ତର୍ଗତ ଭେଲେରୀ ଗ୍ରାମର ଗତ 7 ତାରିଖରେ ରାଣୀ ଦେଇ (୭୭) ସମେତ 4 ଜଣ ତୀର୍ଥ ଯାତ୍ରୀ ଭୁବନେଶ୍ୱର ଯାଇଥିଲେ | ସେଠାରୁ ତାପର ଦିନ ୮ ତାରିଖରେ ଟ୍ରେନରେ ତିରୁପତି ଅଭିମୁଖେ ବାହାରିଥିଲେ | ସେଠାରେ ୯ ତାରିଖରେ ପହଞ୍ଚି ଦର୍ଶନ ସାରିବା ପରେ ରହିବା ସ୍ଥାନକୁ ଫେରିବା ବେଳେ କେଉଁ ଆଡ଼େ ଚାଲି ଯାଇଥିଲେ |
ତୀର୍ଥ ଯାତ୍ରୀଙ୍କୁ ବୁଲାଇବା ପାଇଁ ନେଇଥିବା ଅଧିକାରୀ 10 ତାରିଖ ସକାଳୁ ସକାଳୁ ରାଣୀଙ୍କର ଘରକୁ ଖବର ଦେଇଥିଲେ କି ରାଣୀ ଦେଇ ନିଖୋଜ ଅଛନ୍ତି | ଏ ଦୁଖଦଃ ଖବର ପାଇ ଘର ଲୋକ ଚିନ୍ତାରେ ପଡିଯାଇଛନ୍ତି | ସରକାର ଯଦି ବୁଲେଇବା ପାଇଁ ନେଲେ ଭଲ କଥା, ହେଲେ ଦାୟିତ୍ୱରେ ନେଇ ଦାୟିତ୍ୱରେ ଆଣିବା କଥା କିନ୍ତୁ ସରକାରଙ୍କ ଏହି ଭଳି ଦାୟିତ୍ୱ ହୀନତା ଯୋଗୁଁ ରାଣୀ ଦେଇ ଏ ପର୍ଯ୍ୟନ୍ତ ଫେରିନାହାନ୍ତି ବୋଲି ପରିବାର ଲୋକ କହିଛନ୍ତି l
ଯାଇଥିବା ଅନ୍ୟ ଯାତ୍ରୀ କେମିତି ରାଣୀକୁ ଛାଡି ଆସିଛନ୍ତି ତାହା ଏବେ ଚିନ୍ତାର କାରଣ | ଖବର ପାଇବାପରେ ପରିବାର ତରଫରୁ ଗତ କାଲି ରାଣୀଙ୍କର ପୁଅ ଓ ନାତି ଜେଜେମାଙ୍କୁ ଖୋଜିବା ପାଇଁ ତିରୁପତି ଅଭିମୁଖେ ଯାଇଛନ୍ତି |ତିରୁପତି ଯାଇଥିବା ଅନ୍ୟ ତୀର୍ଥ ଯାତ୍ରୀମାନେ ଆଜି ଆସି ପହଁଚିବେ l
No Result
View All Result